ଲକ୍ଷ୍ମୌ : ଡାକ ବିଭାଗ ଚିଠି ସହ ଆମ୍ବ ଡେଲିଭରି କରିବ । ସିଆଇଏସ୍ଏଚ୍ (ସେଣ୍ଟ୍ରାଲ୍ ଇନଷ୍ଟୁ୍ୟଚୁ୍ୟଟ୍ ଅଫ୍ ସବ୍ଟ୍ରପିକାଲ ହର୍ଟିକଲଚର) ଓ ଭାରତୀୟ ଡାକ ବିଭାଗ ଏ ନେଇ ବୁଝାମଣା କରିଛନ୍ତି । ଏଣିକି ଲକ୍ଷ୍ମୌର ଦଶାହରୀ ଆମ୍ବକୁ ଯେକୌଣସି ସ୍ଥାନରୁ ଅନ୍ଲାଇନ୍ ଅର୍ଡର୍ କରିହେବ । ଏହାକୁ ଡାକ ବିଭାଗ ଘରେ ପହଞ୍ଚାଇବ । ତେବେ ଏହାର ସଫଳ ଟ୍ରାଏଲ୍ ପରେ ଏମିତି ଏକ ଫଇସଲା ନିଆଯାଇଛି । ଏ ଦୁଇ ବିଭାଗ ଏ ନେଇ ଏକ ବିଶେଷ ଆପ୍ ମଧ୍ୟ ଲଞ୍ଚ୍ କରିବେ । ଲକ୍ଷ୍ମୌ ଆମ୍ବକୁ ସମସ୍ତେ ପସନ୍ଦ କରୁଥିବାରୁ କରୋନା କାଳରେ ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସମ୍ଭବପର ହେଉ ନ ଥିବାରୁ ଏଭଳି ଉପାୟ ବାହାର କରାଯାଇଛି । ଏହା ବାଦ୍ ଡାକ ବିଭାଗ ମାଧ୍ୟମରେ ଚାଷ ଉପକରଣ ଯୋଗାଇବା ବ୍ୟବସ୍ଥା କରାଯିବ ।