Odisha news

ଆରୋଗ୍ୟ ସନ୍ଦେଶ

0

ପଶ୍ଚିମ ବଙ୍ଗ : ପଶ୍ଚିମ ବଙ୍ଗ ସରକାର ଏକ ନୂଆ ପ୍ରକାର ‘ସନ୍ଦେଶ’ (ମିଷ୍ଟାନ୍ନ) ବଜାରକୁ ଆଣିବା ଯୋଜନା କରୁଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ‘ଆରୋଗ୍ୟ ସନ୍ଦେଶ’ ଦୋକାନରେ ବିକ୍ରି କରାଯିବ । ଛେନାରେ ସୁନ୍ଦରବନର ମହୁ ଓ ତୁଳସୀ ଅର୍କ ମିଶାଯାଇ ଏହାକୁ ପ୍ରସ୍ତୁତ କରାଯିବ । ଏଥିରେ କୌଣସି କୃତ୍ରିମ ସ୍ୱାଦ ମିଶାଯିବ ନାହିଁ ।କୋଲକତା ଓ ପଡ଼ୋଶୀ ଜିଲ୍ଲାରେ ଏହାକୁ ବିକ୍ରି କରାଯିବ । ତେବେ ଏ ମିଠା କେବଳ ପ୍ରତିରୋଧକ ଶକ୍ତି ବଢ଼ାଇବ, କୋଭିଡ୍‌ ଭଲ କରିବ ନାହିଁ ।

Leave A Reply