ପ୍ରତିବର୍ଷ ଅପ୍ରେଲ ୨୫ ତାରିଖ ଦିନ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଥାଏ l ଏହି ଦିନଟିକୁ ପାଳନ କରିବାର ମୁଖ୍ୟ ଉଦେଶ୍ୟ ହେଲା ଲୋକ ମାନଙ୍କୁ ମ୍ୟାଲେରିଆ ରୋଗ ପ୍ରତି ସଚେତନ କରିବା l ମ୍ୟାଲେରିଆ ଗୋଟିଏ ଭୟଙ୍କର ରୋଗ, ଯାହାକି ଅନେକ ସମୟ ରେ ପ୍ରାଣ ଘାତକ ମଧ୍ୟ ହୋଇଥାଏ l ଫିମେଲ ଏନଫ୍ଲିସ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ଜ୍ୱର ହୋଇଥାଏ l ସେଥିପାଇଁ ଡାକ୍ତରଙ୍କ ନିକଟକୁ ଯାଇ ଠିକ ସମୟ ରେ ଚିକିତ୍ସା କରାଇବା ଉଚିତ l ନଚେତ ଜୀବନ ପ୍ରତି ବିପଦ ଆସିପାରେ l ଆଜି ଆମେ ଜାଣିବା ମ୍ୟାଲେରିଆ ଜ୍ୱର କୁ ଠିକ କରିବାର ଘରୋଇ ଉପାୟ l
ଭ୍ରାଟରେ ୨୦୩୦ ସୁଧା ମ୍ୟାଲେରିଆ ନିପାତ କରିବା ପାଇଁ ଉଦେଶ୍ୟ ରଖ ଯାଇଛି l ବିଶ୍ୱ ସ୍ତରରେ ବିଲିୟନ ଲୋକେ ମ୍ୟାଲେରିଆ ରେ ପୀଡିତ ହୋଇ ଥାଆନ୍ତି l ଡାକ୍ତରଙ୍କ ସୂଚନା ଅନୁସାରେ ମ୍ୟାଲେରିଆ ମଶା କାମୁଡ଼ିବାର ମାତ୍ର ୧୪ ଦିନ ମଧ୍ୟରେ ମ୍ୟାଲେରିଆ ଜ୍ୱର ହୋଇଥାଏ l
ମ୍ୟାଲେରିଆ ଜ୍ଵରର ଲକ୍ଷଣ ଓ ପଦକ୍ଷେପ –
– ମ୍ୟାଲେରିଆ ଜ୍ୱର ଆସିବା ମାତ୍ରକେ ଥଣ୍ଡା ଲାଗି କମ୍ପ ଆସିଥାଏ ଏବଂ ଧୀରେ ଧୀରେ ଜ୍ୱର ଆସିବା ଦେଖା ଯାଇଥାଏ l
– ଏବଂ ଏହି ସମୟ ରେ ମୁଣ୍ଡ ବିନ୍ଧିବା ଦେହ ଘୋଳା ବିନ୍ଧା ହୋଇଥାଏ ଏବଂ ହାତ ଗୋଡ଼ ରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ l
– ମୁଣ୍ଡ ଯନ୍ତ୍ରଣା ସହିତ ମୁଣ୍ଡ ବୁଲାଇବା ମଧ୍ୟ ଗୋଟିଏ ବଡ଼ ସମସ୍ୟା ଦେଖାଯାଏ, ଏବଂ ଏହି ସମୟରେ ଖାଦ୍ୟ ସହଜ ରେ ହଜମ ମଧ୍ୟ ହୋଇଥାଏ l
– ମ୍ୟାଲେରିଆ ସମୟରେ କଦାପି ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ, ଏହାଦ୍ୱାରା ଅନ୍ତ ଜ୍ୱର ବା ଜଣ୍ଡିସ ରେ ସଂକ୍ରମିତ ହୋଇ ପାରନ୍ତି l
– ମ୍ୟାଲେରିଆ ଜ୍ୱର ରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ମଶାରୀ ବାନ୍ଧି ସୂଅନ୍ତୁ ଏବଂ ଘର ନିକଟରେ ଆବର୍ଜନା ଓ ଅପରିଷ୍କାର ରଖନ୍ତୁ ନାହିଁ l