Odisha news

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରଣପୁର ବିଧାନସଭା ମଣ୍ଡଳୀର ଶତାଧିକ ନେତା ଓ କର୍ମୀ

0

 ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ମୁଖ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ
ଭୁବନେଶ୍ୱର, ତା.୨୫/୦୪: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ବିଧାନସଭା ମଣ୍ଡଳୀର ବିଭିନ୍ନ ପଂଚାୟତ ଯଥା- ଗୋପାଳପୁର, ବଡିପୋରଡା, ନରେନ୍ଦ୍ରପୁର, ବରସାହି, ହରିହରପୁର ଓ ବଳଭଦ୍ରପୁରର ବହୁ ପୂର୍ବତନ ସରପଂଚ ଏବଂ ସମିତି ସଭ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବଳଭଦ୍ରପୁର ଗ୍ରାମ ପଂଚାୟତ ୱାର୍ଡ ସଭ୍ୟ ଶରତ କୁମାର ପ୍ରଧାନ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଲେ । ଶ୍ରୀ ପ୍ରଧାନଙ୍କ ସହ ପ୍ରଦୀପ କୁମାର ସାମନ୍ତରାୟ, ଭୀମସେନ ପ୍ରଧାନ, ଅର୍ଜୁନ ପ୍ରଧାନ, ବୃନ୍ଦାବନ ପ୍ରଧାନ, ସଞ୍ଜୟ ସାହୁ, ସମିତି ସଭ୍ୟ ବିଭୂତି ଭୂଷଣ ବାରିକ, ପୂର୍ବତନ ସରପଂଚ ଦୀନବନ୍ଧୁ ପଣ୍ଡା, ବିଶ୍ୱନାଥ ସାହୁ, କୃଷ୍ଣଚନ୍ଦ୍ର ମୁଦୁଲୀ, ଅନନ୍ତ ପ୍ରଧାନ, ଗୋପବନ୍ଧୁ ବିଶ୍ୱାଳ ପ୍ରମୁଖ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ।
ଗୋପାଳପୁର ଗ୍ରାମ ପଂଚାୟତର ବିଜେଡି ପ୍ରତିଷ୍ଠାତା ସଦସ୍ୟ କାଳୀପ୍ରସାଦ ମହାପାତ୍ର, ବିଭୂତିଭୂଷଣ ନାୟକ, ସରୋଜ କୁମାର ପାତ୍ର, ପୂର୍ବତନ ୱାର୍ଡ ବିଜୟ କୁମାର ରଣା, ଅଭିମନୁ୍ୟ ମହାପାତ୍ର, ବଡିପୋରଡା ଗ୍ରାମର ରଙ୍କନିଧି ନାହାକ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ନରେନ୍ଦ୍ରପୁର ଗ୍ରାମ ପଂଚାୟତ ପୂର୍ବତନ ସରପଂଚ ପ୍ରଭାକର ସ୍ୱାଇଁ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ସ୍ୱାଇଁଙ୍କ ସହ ଲକ୍ଷ୍ମୀଧର ସାମନ୍ତରା, ୱାର୍ଡସଭ୍ୟ ସୁରେନ୍ଦ୍ର କୁମାର ସାମନ୍ତରାୟ, ସନନ୍ତ କୁମାର ରାଉତ, ଶ୍ରୀନିବାସ ସାହୁ, ଗୋପାଳଚରଣ ଦାସ, ଦୀନବନ୍ଧୁ ପାତ୍ର, ଭରତ ମୁରୁଡି, ବାଳକୃଷ୍ଣ ଘଡେଇ, ଶିଶିର ସ୍ୱାଇଁ ଉପେନ୍ଦ୍ର ଡାଳୁଆ, ସୁମନ୍ତ ବେହେରା, ସୁକାନ୍ତ ଡାଳୁଆ ପ୍ରମୁଖ ବିଜେପିରେ ଯୋଗ ଦେଲେ ।
ବରସାହି ଗ୍ରାମ ପଂଚାୟତ ସମାଜସେବୀ ମନୋଜ କୁମାର ସ୍ୱାଇଁ, ଅକ୍ଷୟ କୁମାର ବରାଡ, ଚୈତନ୍ୟ ଜେନା, ହରିହରପୁର ଗ୍ରାମ ପଂଚାୟତ ଯୁବନେତା ଭବାନିଶଙ୍କର ମହାପାତ୍ର, ଜିତେନ୍ଦ୍ର କୁମାର ଦାସ, ରାଜକିଶୋର ରାଉତ, ନୀଳମଣୀ ଦାସ, ଗଦାଧର ନାୟକ, ବାସୁଦେବ ସାହୁ, ବାଲିଆ ସାହୁ, ଆନନ୍ଦ ସାହୁ, ସନ୍ତୋଷ ସାମଲ, ବିକାଶଜ୍ୟୋତି ଦୌରା ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ମୁଖ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

IEC 2 years
Leave A Reply