Odisha news

ମକର ସଂକ୍ରାନ୍ତି ରେ କାହିଁକି ସ୍ୱର୍ଗ ର ଦ୍ୱାର ଖୋଲା ଯାଇଥାଏ , କଣ ରହିଛି ଏହା ପଛରେ ପୌରାଣିକ ମାହାତ୍ମ୍ୟ

0

ପୌଷ ମାସର ସଂକ୍ରାନ୍ତି ହେଉଛି ମକର ସଂକ୍ରାନ୍ତି l ସୂର୍ଯ୍ୟ ଦେବ ପ୍ରତ୍ୟେକ ମାସରେ ରାଶି ପରିବର୍ତ୍ତନ କରି ଥାଆନ୍ତି l ବର୍ଷ ର ୧୨ ମାସରେ ୧୨ ଟି ସଂକ୍ରାନ୍ତି ପାଳିତ ହୋଇଥାଏ l ୧୨ ଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ର ବିଶେଷ ମହତ୍ୱ ରହିଛି l ଏହିଦିନ ଗ୍ରହ ରାଜ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି l ସଂକ୍ରାନ୍ତି ର ଅର୍ଥ ସୂର୍ଯ୍ୟ ଙ୍କ ର ରାଶି ପରିବର୍ତ୍ତନ କୁ ବୁଝାଇ ଥାଏ l ଏହିଦିନ ଦାନ ପୁଣ୍ୟ ର ଖୁବ ମହତ୍ୱ ରହିଛି l ସୂର୍ଯ୍ୟ ଦେବ ଙ୍କ ନିକଟରେ ଏହିଦିନ ଗୁଡ଼ ଓ ରାଶି ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ l ଏହିଦିନ ଭାରତର ବିଭିନ୍ନ ରାଜ୍ୟ ରେ ଏହାକୁ ବିଭିନ୍ନ ପ୍ରକାରରେ ପାଳିତ ହୋଇଥାଏ l

* ଶାସ୍ତ୍ର ର ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତି ଦିନ ପିତାମହ ଭୀଷ୍ମ ଶରଶଯ୍ୟା ରେ ନିଜର ପ୍ରାଣ ତ୍ୟାଗ କରିଥିଲେ l ପିତାମହ ଭୀଷ୍ମ ମକର ସଂକ୍ରାନ୍ତି ଦିନ କୁ ପଞ୍ଚଭୁତ ରେ ଲୀନ ହେବା ପାଇଁ ବାଛି ଥିଲେ l ତାଙ୍କୁ ଇଚ୍ଛା ମୃତ୍ୟୁ ର ବରଦାନ ମିଳିଥିଲା ଓ ସୂର୍ଯ୍ୟ ଉତରାୟଣ ଗତି କରିବା ପରେ ସେ ନିଜର ଶରୀର ତ୍ୟାଗ କରିଥିଲେ l ମକର ସଂକ୍ରାନ୍ତି ଦିନରେ ସୂର୍ଯ୍ୟ ଉତରାୟଣ ଗତି କରନ୍ତି ଓ ଏହି ସମୟ ରେ ମୃତ୍ୟୁ ଉପରେ ମୋକ୍ଷ ପ୍ରାପ୍ତି ହୋଇଥାଏ l

* ମାନ୍ୟତା ରହିଛି ଯେ ମକର ସଂକ୍ରାନ୍ତି ଦିନ ଗଙ୍ଗା ମହାରାଜ ଶଗର ଙ୍କ ର ୬୦୦୦୦ ପୁତ୍ର ଙ୍କୁ ଉଦ୍ଧାର କରିଥିଲେ l ମାନ୍ୟତା ରହିଛି ଯେ ମହାରାଜ ଶଗର ଙ୍କ ୬୦ ହଜାର ପୁତ୍ର ଗଙ୍ଗା ଙ୍କ ଦ୍ୱାରା ମୋକ୍ଷ ପ୍ରାପ୍ତି କରିଥିଲେ l ତେଣୁ ମାନ୍ୟତା ରହିଛି ଯେ ମକର ସଂକ୍ରାନ୍ତି ଦିନ ସ୍ୱର୍ଗ ର ଦ୍ୱାର ଖୋଲି ଯାଇଥାଏ l

Leave A Reply