ମହାକାଳପଡ଼ା : ଗଜାନନ ଙ୍କ ପୂଜା ପରଠୁ ପାର୍ବଣ ଋତୁରୁ ଅୟମ ଆରମ୍ଭ ହୋଇଥିବାରୁ ଧରାଧlମରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଦେବା ଦେବୀ ଅବତୀର୍ଣ୍ଣ ହୋଇ ଜନତା ଙ୍କ ଦୁଃଖ ବିନାଶର କାରଣ ହେଉଛନ୍ତି l ଏହି ଭାବେ ମହାକାଳପଡ଼ା ବ୍ଲକ ଉପକୂଳ ରାମନଗର ପଂଚାୟତ ର ପିତାପାଟ ଅଞ୍ଚଳ ବାସୀ “ମା ମନସା ” ଙ୍କ ପୂଜାରେ ମନୋନିବେଶ କରିଥିବାର ଦେଖିବାକୁ ମିଳିଛି l ଝାଟି ଜଙ୍ଗଲ ସାଙ୍ଗକୁ ସମୁଦ୍ର ଉପକୂଳ ବାସୀ ବିଶେଷ କରି ସର୍ପଦଂଶନ ରୁ ସୁରକ୍ଷିତ ରହିବା ଲକ୍ଷ୍ୟରେ ମନସା ପୂଜା କରୁଥିବାର କିମ୍ବଦନ୍ତୀ ଥିବାର ପୁରୁଖା ଲୋକେ କହନ୍ତି l ଏନେଇ ଗ୍ରାମର ଆବାଳ ବୃଦ୍ଧ ବନିତା ଶୁଦ୍ଧ ପୁତ ଭାବେ ମାର୍ଗଶୀର ପଞ୍ଚମୀ ତିଥି ରୁ ପୂଜା ଆରମ୍ଭ କରିଥିବାର ଜଣାପଡିଛି l ଚଳିତ ମାସ ଏକାଦଶୀ ତିଥିରେ ପୂଜା ସମାପ୍ତ କରାଯିବ ବୋଲି ପୂଜା କମିଟିର କର୍ମକର୍ତ୍ତା ଙ୍କ ତରଫରୁ ଜଣାପଡିଛି l ଦୁଇ ରାତ୍ରି ମନସା ଦେବୀ ଙ୍କ ପୌରାଣିକ ଗୀତିନାଟ୍ୟ ପରିବେଷଣ କରାଯିବା ପରେ ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀ ରାତ୍ରିରେ ଯାତ୍ରା ପରିବେଷଣ କରାଯିବ l ଏନେଇ ପୂଜା କମିଟିର ସଭାପତି ମନୋରଞ୍ଜନ ଯେନା ଓ ସମ୍ପାଦକ ଦୀନବନ୍ଧୁ ବେହେରା କହନ୍ତି ୨୭ ତମ ପୂଜା ଉତ୍ସବ ରେ ସାବିତ୍ରୀ ଗଣନାଟ୍ୟ ଯାତ୍ରା ପରିବେଷଣ ନେଇ କମିଟି ସ୍ଥିର କରିଛି l ଦୁଇ ଦିନର ପୂଜା ରେ କୋହଲା ପାଗ ସତ୍ତ୍ୱେ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି l ଏପରିକି ରାତ୍ରିରେ ବି ଗୀତିନାଟ୍ୟ ଓ ଯାତ୍ରା ରେ ଦର୍ଶକ ଙ୍କ ଭିଡ଼ ପରି ଲକ୍ଷିତ ହେଉଛି l ଜନ ଗହଳି ହେତୁ ଜମ୍ବୁ ସାମୁଦ୍ରିକ ପୋଲିସ କର୍ମଚାରୀ ପୂଜା ସ୍ଥଳୀରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ ସହାୟକ ହେଉଥିବାର ଜଣାପଡିଛି l