ବାରିପଦା : ଅଜଣା ପିକ୍ଅପ୍ ଧକ୍କାରେ ବାଇକ ଆରୋହୀ ମୃତ । ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଦାରଗାଡାହି ନିକଟସ୍ଥ ୧୮ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୌତମ ଗୋପ୍(୨୧)ଙ୍କ ମୃତୁ୍ୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ବାରିପଦା ସହର ରଘୁନାଥପୁର ୱାର୍ଡ ନମ୍ବର ୨୨ ଅଞ୍ଚଳର ଗୌତମ ଗୋପ୍ ଏକ ବାଇକ ଯୋଗେ ଦାରଗାଡାହି ରୁ ମୁର୍ଗାବଡିକୁ ଯାଉଥିବାବେଳେ ବିପରୀତ ଦିଗରୁ ଏକ ଅଜଣା ପିକ୍ଅପ୍ ବାଇକ୍ଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତୁ୍ୟ ହୋଇଥିଲା । ଏନେଇ ଭଞ୍ଜପୁର ଥାନାରେ ୩୬୨/୨୩ରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି ।