ବାରିପଦା : ମୟୂରଭଞ୍ଜ ଶାରିରୀକ ଅକ୍ଷମ କଲ୍ୟାଣ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାର ମୁଖ୍ୟ ବିଷୟ ଗୁଡିକ ମଧ୍ୟରୁ ପୁରାତମ ପ୍ରଚଳିତ କୁପ୍ରଥା ଗୁଡିକ ସଫଳତା ପୂର୍ବକ ସମଗ୍ର ଦେଶରୁ ଲୋପ ପାଇ ନଥିବାର ପ୍ରମାଣ ମିଲେ । ମାତ୍ର ୧୮୨୯ ମସିହାରେ ସମଗ୍ର ଦେଶବାସୀଙ୍କ ସମର୍ଥନ ଦ୍ୱାରା ସତୀଦାହ ପ୍ରଥା ଲୋପ ହେବା ଦିଗରେ ସମ୍ପୂର୍ଣ୍ଣ ସଫଳତା ପାଇ ପାରିଥିଲା । ଏଣୁ ସମଗ୍ର ଭାରତ ବର୍ଷରେ ଅନ୍ୟାନ୍ୟ କୁପ୍ରଥା ଗୁଡିକୁ ବିରୋଧ କରି ଆଗାମୀ ୨୦୨୮ ସୁଦ୍ଧା ନୂତନ ପଦ୍ଧତି ଅନୁସରଣ କରି ଶାରିରୀକ ଅକ୍ଷମ ଏବଂ ସମଗ୍ର ଦେଶବାସୀଙ୍କୁ ସୁହାଉଥିବା ଭଳି ଉକôୃଷ୍ଟ ଯୋଜନା କରି ମୟୂରଭଞ୍ଜ ଜିଲ୍ଲା ତଥା ସମଗ୍ର ଭାରତ ବର୍ଷକୁ ଏକ ସମୃଧଶୀଳ ରାଷ୍ଟ୍ର ଗଠନ ନିମନ୍ତେ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ବିନମ୍ର ନିବେଦନ କରାଯାଇଛି । ଏହି ବୈଠକରେ ଅକ୍ଷମ ସହଯୋଗୀ ଜିଲ୍ଲା ସମ୍ପାଦକ ମନୋରଞ୍ଜନ ପାଲବାବୁ, ଜୟନ୍ତ ତ୍ରିପାଠୀ, ବିଷ୍ପୁ ପି୍ରୟା ସାହୁ, ରିମା ମହାନ୍ତ, ରାଇବାରି ସିଂ, ଓ ନରେନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।