ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳସ୍ଥିତ ନାଗାନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କେନ୍ଦ୍ରାପଡା ଜିଲ୍ଲା କାମ୍ପୋରୀ-୨୦୨୩-୨୪ ଉଦ୍ଯାପିତ ହୋଇଯାଇଛି । ସ୍କାଉଟ ମାଷ୍ଟର ସରୋଜକାନ୍ତ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦ୍ଘାଟକ ଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନେ ସାହାସୀ ହେବା ସହିତ ଆତ୍ମ ନିର୍ଭରଶୀଳ ହୋଇପାରିଲେ, ସେମାନେ ଦେଶ ପାଇଁ ଗୌରବ ଆଣିବେ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ଭାରତ ସ୍କାଉଟ ଆଣ୍ଡ ଗାଇଡର ଚିପ୍ କମିଶନର ତଥା ଜାତୀୟ ସ୍କାଉଟ ଉପସଭାପତି ଡଃ. କାଳିପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଭାବେ ଭାରତ ସ୍କାଉଟ୍ ଅଣ୍ଡ ଗାଇଡର ସଂଗଠନ ସଂପାଦିକା ଅନାମିକା ଦାସ, ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭଲକ୍ଷ୍ମୀ ନାୟକ, ନୋଡାଲ ପ୍ରଧାନଶିକ୍ଷକ ଶୁଭ୍ରଜ କୁମାର ବରାଳ, ପରିଚାଳନା କମିଟି ସଭାପତି କାର୍ତିକ ଚନ୍ଦ୍ର ବେହେରା, ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ଜୟୀରାମ ସେଠୀ, ଉପାଧ୍ୟକ୍ଷ ସୁଦର୍ଶନ ଦାସ, ସମାଜସେବୀ ଲକ୍ଷ୍ମୀଧର ବାରିକ, ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ସଂସ୍କୃତି ଓ ପରିମ୍ପରା ଅକ୍ଷୁର୍ଣ୍ଣ ରଖିବାରେ, ଛାତ୍ର ଛାତ୍ରୀଙ୍କୁ ଆତ୍ମ ନିର୍ଭରଶୀଳ ଓ ସାହାସୀ ହେବାରେ ଏବଂ ଦେଶ ଗଠନରେ ସ୍କାଉଟ୍ ଆଣ୍ଡ ଗାଇଡର ଭୁମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ନାଗାନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତବର୍ଷ ଚଉଦକୁଲାଟର ଜଗନ୍ନାଥ ବିଦ୍ୟାପୀଠ କ୍ରମାଗତ ଭାବେ ୪ର୍ଥ ବର୍ଷ ପାଇଁ ଚମ୍ପିୟାନ ଘୋଷିତ ହୋଇଥିଲେ । ବେଷ୍ଟ ସ୍କାଉଟ୍ ମାଷ୍ଟର ଭାବେ ରିତେଶ କୁମାର ବେହେରା, ଗାଇଡ କ୍ୟାପଟେନ ଭାବେ ଗାୟତ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିବିରରେ ୫୮୦ ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ୬୦ଜଣ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଯୋଗଦେଇଥିଲେ । ଏହି ଶିବିରକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପରିଚାଳନା କମିଟିର ସଭ୍ୟ, ସଭ୍ୟା ଓ ପୁରାତନ ଛାତ୍ର ଛାତ୍ରୀମାନେ ପରିଚାଳନା କରିଥିଲେ । ଡିଓସି ସ୍କାଉଟ୍ ଦେବରାଜ ନାୟକ, ବିସି ଗାଇଡ ଜୟନ୍ତୀ ଦେଇ, ହରପ୍ରିୟା କର, ଗାଇଡ ଟ୍ରେନିଂ କମିଶନର ଅର୍ନ୍ନପୂର୍ଣା ଚୂଲି, ସ୍କାଉଟ୍ ଟ୍ରେନିଂ କମିଶନର ଗୋପିନାଥ ଦ୍ୱିବେଦୀ ପ୍ରମୁଖ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।