Odisha news

ମହାଭାରତ ରୋଚକ କଥା : ଏତେ ପାପ କରିଥିବା ସତ୍ୱେ ମଧ୍ୟ କାହିଁକି ସ୍ୱର୍ଗ ପ୍ରାପ୍ତି କରିଥିଲେ ଶକୁନି

0

ମହାଭାରତରେ ଶକୁନି ଙ୍କ କଥା ଆସିବା ମାତ୍ରକେ ଗୋଟିଏ କୁଟିଳ ଓ ଧୃତ ବ୍ୟକ୍ତି ର ଛବି ଆକ୍ଷି ସାମ୍ନା କୁ ଆସିଥାଏ l କିନ୍ତୁ ଶକୁନି ଙ୍କ ବିଷୟରେ ଏହା ଖୁବ କମ ଲୋକ ଜାଣି ଛନ୍ତି ଯେ ମୃତ୍ୟୁ ପରେ ସ୍ୱର୍ଗ ଲୋକ ପ୍ରାପ୍ତି ହୋଇଥିଲା l ଯେତେବେଳେ ଗାନ୍ଧାରୀ ଙ୍କ ବିବାହ ପାଇଁ ଧୃତରାଷ୍ଟ୍ର ଙ୍କ ପ୍ରସ୍ତାବ ଆସିଥିଲା ଶକୁନି ଙ୍କୁ ଏହା ପସନ୍ଦ ଆସି ନଥିଲା l ଶକୁନି କହିଥିଲେ ଯେ ଧୃତରାଷ୍ଟ୍ର ଜନ୍ମାନ୍ଧ ଅଟନ୍ତି ଏବଂ ତାଙ୍କର ସମସ୍ତ ରାଜପାଟ ତାଙ୍କ ଭାଇ ପଣ୍ଡୁ ଧ୍ୟାନ ରଖି ଥାଆନ୍ତି , କିନ୍ତୁ ଯାହା ଘଟିବାକୁ ଥିବ ତାହା କିଏ ବା ଏଡ଼ାଇଦେବ l ଗାନ୍ଧାରୀଙ୍କ ବିବାହ ଧୃତରାଷ୍ଟ୍ର ଙ୍କ ସହିତ ହୋଇଥିଲା ଏବଂ ସେ ଚିର ଦିନ ପାଇଁ ଅନ୍ଧ ଧୃତରାଷ୍ଟ୍ର ଙ୍କ ସହିତ ଜୀବନ ଅଟଵାହିତ କରିବା ପାଇଁ ହସ୍ତୀନାପୁର କୁ ଚାଲି ଆସିଥିଲେ l ଏବଂ ଗାନ୍ଧାରୀ ନିଜ ପତିବ୍ରତା ଧର୍ମ କୁ ପାଳନ କରି ଦୁନିଆର ଆଲୋକ ନଦେଖିବାର ପାଇଁ କରି ନିଜ ଆକ୍ଷି ରେ ପଟି ବାନ୍ଧି ଦେଇଥିଲେ l କିନ୍ତୁ ଏହି କଥାକୁ ଶକୁନି ହଜମ କରି ପରି ନଥିଲା , କିନ୍ତୁ ଭଉଣୀର ନିଷ୍ପତି ନିକଟରେ ଚୁପ ରହିଥିଲା l ଏହାପରେ ଗାନ୍ଧାର ନରେଶ ତଥା ଗାନ୍ଧାରୀ ଙ୍କ ପିତା ସୁବଳ ଏବଂ ଗାନ୍ଧାରୀଙ୍କ ପରିବାରକୁ ଧୃତରାଷ୍ଟ୍ର ବନ୍ଦୀ କରି କାଳ କୋଠରୀ ରେ ରଖିଥିଲେ ଏବଂ ଦଣ୍ଡ ସ୍ୱରୂପ ଭାବରେ ଦିନକୁ ମାତ୍ର ଗୋଟିଏ ମୁଠା ସେମାନଙ୍କୁ ଖାଇବାକୁ ଦିଆ ଯାଉଥିଲା, ଏହାକୁ ନେଇ ଶକୁନୀ ଧୃତରାଷ୍ଟ୍ର ଙ୍କୁ ଘୃଣା କରୁଥିଲେ l

କିନ୍ତୁ ଧୃତରାଷ୍ଟ୍ର ଏଭଳି କରିବା ପଛରେ ବିଶେଷ କାରଣ ଥିଲା l ଗାନ୍ଧାରୀ ପିଲାଟି ଦିନରୁ ଅଭିଶପ୍ତ ଥିଲେ , ସେ ଯାହାକୁ ମଧ୍ୟ ବିବାହ କରିବେ ତାଙ୍କର ସ୍ୱାମୀ ଙ୍କର ମୃତ୍ୟୁ ହୋଇଯିବ l ତେଣୁ ରାଜା ସୁବଳ ତାଙ୍କର ବିବାହ ପ୍ରଥମେ ଗୋଟିଏ ଛେଳି ସହିତ କରିଥିଲେ, ଶାସ୍ତ୍ର ଅନୁସାରେ ଗାନ୍ଧାରୀ ଙ୍କ ବିବାହ ଅନେକ ଥର ହୋଇ ଥିବାର ମଧ୍ୟ ସୂଚନା ରହିଛି, ଯାହାକୁ ଧୃତରାଷ୍ଟ୍ର ନିଜ ପ୍ରତି ବିଶ୍ୱାସଘାତକତା ବୋଲି ଭାବିଥିଲେ l ଏହାର ପରିଣାମ ସ୍ୱରୂପ ସେ ଗାନ୍ଧାର ନରେଶ ଙ୍କ ପରିବାର କୁ ବନ୍ଦୀ କରି ରଖିଥିଲେ l

ରାଜା ସୁବଳ ବନ୍ଦୀ ଶାଳ ରେ ଚିନ୍ତା କରିଥିଲେ ଯେ ଯେତିକି ଖାଦ୍ୟ ମିଳୁଛି ତାହା ଜଣେ ମାତ୍ର ଖାଇ ଜୀବିତ ରହିବl ଜରୁରୀ l ଏଥିପାଇଁ ଶକୁନି ଙ୍କୁ ବଛା ଯାଇଥିଲା l ରାଜା ସୁବଳ ନିଜ ଶେଷ ଇଚ୍ଛାରେ ଶକୁନି ଙ୍କୁ ବନ୍ଦୀ ଗୃହ ରୁ ମୁକୁଳେଇବା ପାଇଁ ପ୍ରାଥନା କରିଥିଲେ l ଏବଂ ଧୃତରାଷ୍ଟ୍ର ମଧ୍ୟ ଶକୁନି କୁ ମୁକ୍ତ କରିଥିଲେ l ଅତ୍ୟାଚାରର ଶକୁନି ପ୍ରତିଶୋଧ ନେବାକୁ ଚାହୁଁଥିଲେ , ସେଥିପାଇଁ ସେ କୌରଵ ଙ୍କ ନାଶ କରିବାକୁ ପ୍ରତିଜ୍ଞା କରିଥିଲେ ଏବଂ ନିଜ ପିତାଙ୍କ ହାଡ଼ ରେ ପଶା କାଠି କରିଥିଲେ, ଏହି ପଶା କାଠି କୁରୁବଂଶ ବିନାଶର କାରଣ ହୋଇଥିଲା l ପ୍ରାୟ କେହି ଜାଣି ନାହାନ୍ତି ଯେ ଶକୁନି ଅନେକ ପାପ କରି ମଧ୍ୟ ସ୍ୱର୍ଗ ପ୍ରାପ୍ତ କରିଥିଲା l ବିଶେଷ କଥାଟି ହେଲା ଶକୁନି ନିଜ ପରିବାର ସହିତ ହୋଇଥିବା ଅନ୍ୟାୟ ର ପ୍ରତିଶୋଧ ନେଇଥିଲା l ଏହି କାରଣରୁ ମୃତ୍ୟୁ ପରେ ଶକୁନି ସ୍ୱର୍ଗ ପ୍ରାପ୍ତି କରିଥିଲା l

Leave A Reply