Odisha news

୧୦୦ ବର୍ଷ ବଂଚିବାକୁ ଚାହୁଁଥିଲେ କରନ୍ତୁ ଶରୀରର ଏହି ୩ଟି ଅଙ୍ଗ କୁ ମାଲିସ : ରିସର୍ଚ୍ଚ

0

ପୂର୍ବ କାଳରେ ଲୋକେ ୧୦୦ ବର୍ଷ ବଂଚିବା ଥିଲା ଗୋଟିଏ ସାଧାରଣ କଥା l ସେତେବେଳେ ଖାଦ୍ୟପେୟ ଓ ଜଳବାୟୁ ସମ୍ପୂର୍ଣ ସୁସ୍ଥ ଥିଲା l ସେତେବେଳେ ମଧ୍ୟ ଲୋକେ ମଧୁମେହ, ହାର୍ଟ ଆଟାକ , ଷ୍ଟ୍ରୋକ ଭଳି ରୋଗରେ ପୀଡିତ ହେଉଥିଲେ, କିନ୍ତୁ ଆଜିକାଲି ଛୋଟ ଛୋଟ ପିଲା ମଧ୍ୟ ଏଭଳି ଗମ୍ଭୀର ରୋଗରେ ପୀଡିତ ହେଉଛନ୍ତି ଯାହାଦ୍ୱାରା ଆୟୁ ହ୍ରାସ ହୋଇ ଯାଉଛି l

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ମଧ୍ୟ ଦୁନିଆରେ ଏଭଳି କିଛି ଜାଗା ରହିଛି, ଯେଉଁଠାର ଲୋକେ ୧୦୦ ବର୍ଷରୁ ଉର୍ଧ୍ଵ ଜୀବନ ଧାରଣ କରୁଛନ୍ତି l ଏଭଳି ଲୋକଙ୍କ ଭଳି ଦୀର୍ଘାୟୁ ହେବା ପାଇଁ ଆପଣଙ୍କୁ ଆୟୁର୍ବେଦ ଉପଚାର ଆପଣାଇବାକୁ ପଡିବ l ଏହି ଆୟୁର୍ବେଦ ଉପଚାର ମଧରୁ ଗୋଟିଏ ହେଉଛି ମାଲିସ l ତେଣୁ ନିୟମିତ ଭାବରେ ଶରୀରର ୩ଟି ଅଙ୍ଗରେ ତେଲ ମାଲିସ ଜରୁରୀ ଅଟେ l

* ଆୟୁର୍ବେଦ ଅନୁସାରେ ମୁଣ୍ଡ ଆମ ଶରୀରର ସମସ୍ତ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ l କୁହାଯାଏ ମୁଣ୍ଡ ଆମ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ l କୁହାଯାଏ ଯେ ଆମ ମୁଣ୍ଡ ଆମ ଶରୀରର ଗରମ ଭାଗ ଅଟେ l ତେଲ ମାଲିସ ଦ୍ୱାରା ଏହା ଶାନ୍ତ ହୋଇଥାଏ l ତେଲ ମାଲିସ ଦ୍ୱାରା ମସ୍ତିଷ୍କ ରେ ଗ୍ରାଉଣ୍ଡିଙ୍ଗ ଏନର୍ଜି ଆସିଥାଏ l ଏବଂ ମସ୍ତିଷ୍କ ଶାନ୍ତ ରହିଲେ ମାନସିକ ଚାପ ହ୍ରାସ ହୋଇ ଆମେ ରୋଗ ନିକଟରୁ ଦୂରେଇ ରହିଥାଉ l ଯାହାଦ୍ୱାରା ଦୀର୍ଘାୟୁ ହେବାର ସମ୍ଭାବନା ବଢି ଯାଇଥାଏ l

* କାନ କୁ ଆକାଶ ଓ ବାୟୁ ର ଘର ବୋଲି କୁହାଯାଇଥାଏ l ତେଣୁ କାନ କୁ ସୁସ୍ଥ ରଖିବା ସର୍ବଦା ଜରୁରୀ l ତେଣୁ ଉଷୁମ ତେଲ ନିୟମିତ କାନ ମୂଳରେ ମାଲିଶ କରିବା ଜରୁରୀ ଅଟେ l ଏହାଦ୍ୱାରା ରୋଗରୁ ମୁକ୍ତି ମିଳେ ରକ୍ତଚାପ ସନ୍ତୁଳନ ରୁହେ l ଏବଂ ରୋଗ ମୁକ୍ତ ଶରୀର କାରଣରୁ ଆୟୁ ବୃଦ୍ଧି ହୋଇଥାଏ l

* ତଳି ପାଦ ଶରୀର ର ମହତ୍ଵପୁର୍ଣ ଅଙ୍ଗ ଅଟେ l ଯାହାକି ସମ୍ପୂର୍ଣ ଶରୀରର ଏନର୍ଜି ପଏଣ୍ଟ ଅଟେ l ଟେଲି ପାଦରେ ଉଷୁମ ତେଲ ମାଲିସ କରିବା ଦ୍ୱାରା ସମ୍ପୂର୍ଣ ଶରୀର ମଜବୁତ ହେବା ସହ ସ୍ଟିମୁଲେଟ ହେବାରେ ସାହାଯ୍ୟ କରିଥାଏ l

Leave A Reply