ଯେତେବେଳେ ବି ମହାଭାରତ ଯୁଦ୍ଧ ବିଷୟରେ କିମ୍ବା ମହାଭାରତ ବିଷୟରେ ଆମ ମାନଙ୍କୁ ଆସିଥାଏ ସେତେବେଳେ ଅନେକ ଶକ୍ତିଶାଳୀ ଓ ପ୍ରମୁଖ ପାତ୍ର ଙ୍କ ନାମ ସାମ୍ନାକୁ ଆସିଥାଏ l ଏହି ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଦୁର୍ଯ୍ୟୋଧନ l ମହାଭାରତ ରେ ଦୁର୍ଯ୍ୟୋଧନ ଙ୍କ ନାମ ସବୁଠୁ ଆଗରେ ଆସିଥାଏ l କାହିଁକି ନା ଦୁର୍ଯ୍ୟୋଧନ କାରଣରୁ କୁରୁକ୍ଷେତ୍ର ରେ ମହାଭାରତ ଯୁଦ୍ଧ ର ଆରମ୍ଭ ହୋଇଥିଲା l ମହାଭାରତରେ ତ ଆମେ ସମସ୍ତେ ଦୁର୍ଯ୍ୟୋଧନ ବିଷୟରେ ଜାଣିଛୁ , କିନ୍ତୁ ମହାଭାରତ ଯୁଦ୍ଧ ବିଷୟରେ ଯଦି କହିବା ଏଥିରେ କିଛି ପ୍ରମୁଖ ମହିଳାଙ୍କର ଚରିତ୍ର ମଧ୍ୟ ଗୁରୁତ୍ୱପୂର୍ଣ ଅଟେ, ସେ କୁନ୍ତିଙ୍କ ଙ୍କ ପାଞ୍ଚପୁତ୍ର ଙ୍କ କଥା ହେଉ କିମ୍ବା ଦ୍ରୌପଦୀ ଙ୍କ ବସ୍ତ୍ର ହରଣ l କିନ୍ତୁ ଏହି ମହାଭାରତ ରେ ମୁଖ୍ୟ ପାତ୍ର ଦୁର୍ଯ୍ୟୋଧନ ର ପତ୍ନୀ ର କାହାଣୀ ବିଷୟରେ କେହି ହେଲେ ହୁଏତ ଜାଣି ନଥିବେ l
କିଏ ଥିଲେ ଦୁର୍ଯ୍ୟୋଧନ ଙ୍କ ପତ୍ନୀ –
ଦୁର୍ଯ୍ୟୋଧନ ବିଷୟରେ ତ ପ୍ରାୟ ସମସ୍ତେ ଜାଣିଛନ୍ତି , କିନ୍ତୁ ଦୁର୍ଯ୍ୟୋଧନ ର ପତ୍ନୀ କିଏ ଥିଲେ ଓ ତାଙ୍କ ନାମ କଣ ଥିଲା ଏହା କେହି ଜାଣି ନାହାନ୍ତି l ଦୁର୍ଯ୍ୟୋଧନ ଙ୍କ ପତ୍ନୀ ଙ୍କ ନାମ ଭାନୁମତୀ ଥିଲା l ଭାନୁମତୀ କାମ୍ବୋଜ ର ରାଜା ଚନ୍ଦ୍ରଵର୍ମା ଙ୍କ କନ୍ୟା ଥିଲେ l ସେ ବିଭିନ୍ନ କଳାରେ ନିପୁଣା ଥିଲା l ଏଥି ସହିତ ସୁନ୍ଦର, ଆକର୍ଷଣୀୟ ଓ ବୁଦ୍ଧିମତୀ ମଧ୍ୟ ଥିଲେ l ଭାନୁମତୀ ଙ୍କ ପିତା ଚନ୍ଦ୍ରଵର୍ମା ତାଙ୍କ କନ୍ୟାର ବିବାହ ପାଇଁ ସ୍ଵୟମ୍ବର ଘୋଷଣା କଲେ l ଏହି ସ୍ଵୟମ୍ବର ରେ ଦୂର ଦୁରାନ୍ତର ରୁ ଅନେକ ରାଜା -ମହାରାଜା ବଡ ବଡ ଧୁରନ୍ଧର ସାମିଲ ରହିଥିଲେ l ସ୍ଵୟମ୍ବର ରେ ଶିଶୁପାଳ, ଜରାସନ୍ଧ, ରୁକ୍ମି, ବକ୍ର, ଦୁର୍ଯ୍ୟୋଧନ ଓ କର୍ଣ୍ଣ ମଧ୍ୟ ସାମିଲ ହୋଇଥିଲେ l
ଭାନୁମତୀ ସ୍ଵୟମ୍ବର ପାଇଁ ହାତରେ ବରଣମାଳା ନେଇ ଆଗକୁ ବଢିବାକୁ ଲାଗିଲେ l ଦୁର୍ଯ୍ୟୋଧନ ଭାନୁମତୀ ଙ୍କ ସୁନ୍ଦର ରୁପକୁ ଦେଖି ମୋହିତ ହୋଇଗଲେ l କିନ୍ତୁ ଭାନୁମତୀ ଙ୍କ ନଜର ଦୁର୍ଯ୍ୟୋଧନ ଙ୍କ ଉପରେ ପଡିଲା ନାହିଁ ଓ ସେ ବରଣମାଳା ଧରି ଆଗକୁ ଚାଲିଗଲେ l ସେହି ସମୟରେ ଦୁର୍ଯ୍ୟୋଧନ ବଳପୂର୍ବକ ଭାନୁମତୀ ଙ୍କ ହାତ ଧରି ନିଜ ବେକରେ ବରଣମାଳା ପକାଇ ନେଲେ ଓ ଭାନୁମତୀ ଙ୍କୁ ନିଜର ପତ୍ନୀ କରିଥିଲେ l
ଭାନୁମତୀ ଓ ଦୁର୍ଯ୍ୟୋଧନ ଙ୍କର ଥିଲେ ୨ଟି ସନ୍ତାନ –
ଦୁର୍ଯ୍ୟୋଧନ ଙ୍କ ନିକଟରୁ ଭାନୁମତୀ ୨ଟି ଯାଆଁଳା ସନ୍ତାନ ଙ୍କୁ ଜନ୍ମ ଦେଇଥିଲେ l ପୁତ୍ର ର ନାମ ଥିଲା ଲକ୍ଷ୍ମଣ ଓ କନ୍ୟାର ନାମ ଥିଲା ଲକ୍ଷ୍ମଣl , ଲକ୍ଷ୍ମଣ ଙ୍କୁ ମହାଭାରତ ଯୁଦ୍ଧ ରେ ଅଭିମନ୍ୟୁ ବଧ କରିଥିଲା, ଓ କନ୍ୟା ଲକ୍ଷ୍ମଣl ର ବିବାହ ଶ୍ରୀକୃଷ୍ନ ଓ ଜାମ୍ବବନ୍ତି ଙ୍କ ପୁତ୍ର ସାମ୍ବ ସହିତ ସମ୍ପର୍ଣ ହୋଇଥିଲା l
ଭାନୁମତୀ ଙ୍କ ନାମକୁ ନେଇ ରହିଛି ଢଗ –
‘କେଉଁଠାର ଇଟା ବା ପଥର, ଭାନୁମତୀ କୁ ନେଇ ଜବରଦସ୍ତି ଯୋଡ l ‘ ଭାନୁମତୀ ଙ୍କ ନାମରେ ଏହି ଢଗ ଆଜି ମଧ୍ୟ ଅନେକ ସ୍ଥାନରେ ପ୍ରଚଳିତ l କାହିଁକି ନl ଭାନୁମତୀ ସ୍ୱଇଚ୍ଛା ରେ ଦୁର୍ଯ୍ୟୋଧନ ଙ୍କୁ ସ୍ୱାମୀ ଭାବରେ ବାଛି ନଥିଲେ l ବରଂ ସେ ନିଜର ବନ୍ଧୁ କର୍ଣ୍ଣ ଙ୍କ ସହାୟତା ରେ ବଳ ପୂର୍ବକୁ ଭାନୁମତୀ ଙ୍କୁ ବିବାହ କରିଥିଲେ l