Odisha news

ଆସନ୍ତୁ ଜାଣିବା ଆଜି ଦିନଟି କେମିତି କଟିବ

0

ମେଷ: ବ୍ୟବସାୟରେ ଆପଣଙ୍କୁ ଲାଭ ହିଁ ଲାଭ ହେବ। ସାମାଜିକ କାର୍ଯ୍ୟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ।

ବୃଷ: କାମ ସଂପୂର୍ଣ୍ଣ କରିବା ଚେଷ୍ଟାରେ ସଫଳ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହ ସମୟ ବିତିବ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଆପଣଙ୍କ ମନକୁ ବିଶେଷ ବିଚାର ଆସିବ। ବନ୍ଧୁମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ମହିଳାମାନେ ଅନ୍‌ଲାଇନ୍‌ରେ ଜିନିଷ କିଣିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

କର୍କଟ: ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ପାଇବେ। ସଫଳତାର ନୂଆ ମାର୍ଗ ଖୋଲିବ। ବନ୍ଧୁ ସହ କୌଣସି କଥାରେ ମତଭେଦ ହେବ। ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ।

ସିଂହ: ସଂପୂର୍ଣ୍ଣ ରୂପେ ଭାଗ୍ୟ ଭରସାରେ ରୁହନ୍ତୁ ନାହିଁ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ବଡ଼ ଉଦ୍ୟୋଗରେ ଚାକିରି ପାଇଁ ଇମେଲ୍ ଆସିପାରେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।

କନ୍ୟା: କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଆଶାତୀତ ଲାଭ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ କହି ପାରିବେ।

ତୁଳା: ଆର୍ଥିକ ପ୍ରସଙ୍ଗରେ କାହାରି ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ବୟୋଜ୍ୟେଷ୍ଠଙ୍କ ସମ୍ମତି ନେଇ ନୂଆ କାମ କରନ୍ତୁ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।

ବିଛା: ରାଜନୈତିକ ବ୍ୟକ୍ତିଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ଆପଣ କରିଆସୁଥିବା ପରିଶ୍ରମର ଲାଭ ଭବିଷ୍ୟତରେ ପାଇବେ। ଜୀବନସାଥୀଙ୍କ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ।

ଧନୁ: କାହାରି ଅଧିକ ସମାଲୋଚନା କରନ୍ତୁ ନାହିଁ। ଆପଣ ପ୍ରତ୍ୟେକ କାମ ନିଜେ କରନ୍ତୁ। ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ପ୍ରେମ ସମ୍ବନ୍ଧରେ ନିବିଡ଼ତା ଆସିବ।

ମକର: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ସାମାଜିକ ଆୟୋଜନରେ ଯୋଗ ଦେଇପାରନ୍ତି। ଜୀବନସାଥୀଙ୍କ ସହ ଘର କିଣିବା ପାଇଁ ଯୋଜନା କରିବେ।

କୁମ୍ଭ: କୌଣସି ଜଟିଳ ମାମଲାର ସମାଧାନ ବାହାରିବ। କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ।

ମୀନ: ଆପଣଙ୍କର ଖୁସ୍ ମିଜାଜ ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ପରିଶ୍ରମ ବଳରେ ସଫଳତା ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

Leave A Reply