Odisha news

WHO ର ଚେତାବନୀ : ସୁଗାର ଫ୍ରୀ ପ୍ରଡକ୍ଟ ହୋଇପାରେ ଦେହ ପାଇଁ ବିଷ ସଦୃଶ, ଓଜନ ବୃଦ୍ଧି ଠାରୁ ନେଇ ଆଣିଥାଏ ଏହିଭଳି ସ୍ୱାସ୍ଥ୍ୟ ସମସ୍ୟା

0
ଆଜିର ଆଧୁନିକ ଜୀବନ ଚର୍ଯ୍ୟା ରେ ଲୋକେ ଚିନି ଖାଇବା ପାଇଁ ଆଦୌ ପସନ୍ଦ କରୁ ନାହାନ୍ତି , ସେମାନେ ଚିନି ସ୍ଥାନରେ ଆର୍ଟିଫିସିଆଲ ମିଠା ଜିନିଷ କୁ ବ୍ୟବହାର କରୁଛନ୍ତି l ନିକଟରେ WHO ପକ୍ଷରୁ ଗୋଟିଏ ରିପୋର୍ଟ ଦିଆଯାଇଛି , ଯେଉଁଥିରେ କୁହାଯାଇଛି ଯେ ଆର୍ଟିଫିସିଆଲ ସ୍ବୀଟ ମଣିଷ ଶରୀର ରେ ମିଠା ଜହର ଭଳି କାର୍ଯ୍ୟ କରିଥାଏ l ଯେଉଁ ଲୋକମାନେ ଆର୍ଟିଫିସିଆଲ ସ୍ଵିଟ ଖାଇବା ଛାଡି ଦେଇଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ରେ ଖୁବ ସୁଧାର ଆସିଛି l ଆର୍ଟିଫିସିଆଲ ସ୍ଵିଟ ଖାଇବା ଦ୍ୱାରା କଣ ସବୁ ହୋଇଥାଏ ତାହା ଜାଣିବା ନିହାତି ଜରୁରୀ l ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ର ସୂଚନା ଅନୁସାରେ ସୁଗାର ଫ୍ରି ଖାଉଥିବା ଯୁବକ ମାନଙ୍କୁ ଟାଇପ 2 ମଧୁମେହ, ହାର୍ଟ ସମ୍ବନ୍ଧୀୟ ସମସ୍ୟା ଓ ମୃତ୍ୟୁ ଦର ଅଧିକ ଦେଖିବାକୁ ମିଳିଥାଏ l
ଆର୍ଟିଫିସିଆଲ ସ୍ଵିଟନର୍ସ ଓ ସୁଗାର ସବଷ୍ଟିଚ୍ୟୁଟ, କିଛି ଏଭଳି କେମିକାଲ ରହିଥାଏ , ଯାହା ଖାଦ୍ୟର ସ୍ୱାଦ ବଢାଇବା ସହିତ ମିଠାର ସ୍ବାଦକୁ ବଢାଇବା ପାଇଁ ବ୍ୟବହାର କରାଯାଇ ଥାଏ l ଗୋଟିଏ ଟେବୁଲ ସ୍ପୁନ ଚିନି ଠାରୁ ଅଧିକ କ୍ଷତି କାରକ ଅଟେ ସୁଗାର ଫ୍ରି l
– ମେଟାବୋଲିଯିମ ହ୍ରାସ କରିଥାଏ –
ଯଦି ଆପଣ ନିୟମିତ ଆର୍ଟିଫିସିଆଲ ସ୍ଵିଟନର୍ସ ବ୍ୟବହାର କରିବେ ତେବେ ଏହା ଆପଣଙ୍କ ମେଟାବୋଲିଯିମ କୁ କମାଇବାରେ ସାହାଯ୍ୟ କରିବ l ଆପଣ ଜାଣି ରଖନ୍ତୁ ଯେ ଏହା ଗ୍ଲୁକାଗନ ଓ ଇନ୍ସୁଲିନ ର ସନ୍ତୁଳନ କୁ ମଧ୍ୟ କମାଇ ଥାଏ l ଏହା ବ୍ଲଡ଼ ସୁଗାର ସ୍ତର କୁ ମଧ୍ୟ କଣ୍ଟ୍ରୋଲ କରିଥାଏ l ଯେଉଁ କାରଣରୁ ବ୍ୟକ୍ତିକୁ ଅଧିକ ଭୋକ ଲାଗିଥାଏ l
– ଏହା ସମ୍ପୂର୍ଣ ଭାବରେ ଆର୍ଟିଫିସିଆଲ ଅଟେ –
ଯେଉଁ ଲୋକମାନେ ନିଜର ଦୈନନ୍ଦିନ ଜୀବନ ରେ ଆର୍ଟିଫିସିଲ ସ୍ଵିଟନର୍ସ ର ବ୍ୟବହାର କରୁଛନ୍ତି, ଏହା ତାଙ୍କ ପାଇଁ ମିଠା ଜହର ଭଳି କାମ କରିଥାଏ l ଆର୍ଟିଫିସିଆଲ ସ୍ଵିଟନର୍ସ ସମ୍ପୂର୍ଣ ଭାବରେ ଆର୍ଟିଫିସିଆଲ ହୋଇଥାଏ l ସେଥିରେ କୌଣସି ପ୍ରକାରର ପ୍ରାକୃତିକ ଜିନିଷ ର ବ୍ୟବହାର ହୋଇ ନଥାଏ l ଏହା ସମ୍ପୂର୍ଣ ଭାବରେ ସିନ୍ଥେଟିକ ଜିନିଷ ରେ ପ୍ରସ୍ତୁତ ହୋଇଥାଏ l ଯାହା ଶରୀର ପାଇଁ ଖୁବ କ୍ଷତିକାରକ ଅଟେ l
– ଓଜନ ବୃଦ୍ଧିର କାରଣ –
ଯଦି ଆପଣ ଖୁବ ଦୀର୍ଘ ସମୟ ରୁ ଆର୍ଟିଫିସିଆଲ ସ୍ଵିଟନର୍ସ ର ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ଓଜନ ବୃଦ୍ଧିର ମଧ୍ୟ କାରଣ ଅଟେ l କାହିଁକି ନା ଏହା ଆପଣଙ୍କ ଅନ୍ତ ର ବ୍ୟାକ୍ଟେରିଆ କୁ ମଧ୍ୟ ପ୍ରଭାବିତ କରିଥାଏ l ଯେଉଁ କାରଣରୁ ମେଟାବୋଲିଯିମ ପ୍ରଭାବିତ ହୋଇଥାଏ l
– ଇନ୍ସୁଲିନ ହର୍ମୋନ ର ମଧ୍ୟ ବାଲାନ୍ସ ବିଗିଡି ଥାଏ –
ଯେତେବେଳେ କୌଣସି ବ୍ୟକ୍ତି ମିଠା ଖାଇଥାଏ ତେବେ ଶରୀର ରେ ଇନ୍ସୁଲିନ ରିଲିଜ ହୋଇଥାଏ l ଏହାଦ୍ୱାରା ବ୍ଲଡ଼ ଗ୍ଲୁକୋଜ ସ୍ତର ମଧ୍ୟ ପ୍ରଭାବିତ ହୋଇଥାଏ l ଯେଉଁ କାରଣରୁ ଭୋକ ବଢି ଯାଇଥାଏ l ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଖାଇ ଥାଆନ୍ତି ତେବେ ଇନ୍ସୁଲିନ ଅଧିକ ରିଲିଜ ହୋଇଥାଏ, ଯାହାଦ୍ୱାରା ଶରୀର ଉପରେ ପ୍ରଭାବ ପଡିଥାଏ l
– ଗର୍ଭବତୀ ମହିଳା ମାନଙ୍କ ପାଇଁ ବିପଦ ଜନକ –
ଗର୍ଭବତୀ ମହିଳା ମାନେ ଭୁଲ ରେ ସୁଧା ଆର୍ଟିଫିସିଆଲ ସ୍ଵିଟନର୍ସ ର ବ୍ୟବହାର କରିବା ଉଚିତ ନୁହେଁ l କାହିଁକି ନ ଏହା ଉଭୟ ମା ଓ ଛୁଆ ଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ l

Leave A Reply