ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ ର ରିପୋର୍ଟ ଅନୁସାରେ, ୨୦୧୯ ରୁ ୨୦୨୧ ମଧ୍ୟରେ ମିଳିଥିବା ରିପୋର୍ଟ ଅନୁସାରେ ଜଣା ପଡିଛି ଯେ ବର୍ତମାନ ଭାରତରେ ଗ୍ରାମୀଣ ଇଲାକାରେ ସହର ତୁଳନାରେ ଉଭୟ ପୁରୁଷ ଓ ମହିଳାଙ୍କ ନିକଟରେ ମଦ୍ୟପାନ କରିବାର ଅଧିକ ଦେଖିବାକୁ ମିଳୁଛି l ସେହି ରିପୋର୍ଟ ଅନୁସାରେ ଦେଖିବାକୁ ଗଲେ ଭାରତର ୭ଟି ରାଜ୍ୟ ଏଭଳି ରହିଛି ଯେଉଁଠି ମହିଳା ମାନେ ଅଧିକ ମଦ୍ୟପାନ କରି ଥାଆନ୍ତି l ଏହିସବୁ ରାଜ୍ୟରେ ଝିଅମାନେ ମାତ୍ର ୧୫ ବର୍ଷ ଆୟୁରୁ ମଦ୍ୟପାନ କରିବା ଆରମ୍ଭ କରି ଥାଆନ୍ତି l
* ସେହି ରାଜ୍ୟ ଗୁଡିକ ହେଲା –
– ଅରୁଣାଚଳ ପ୍ରଦେଶ – ଯେଉଁଠି ମଦ୍ୟପାନ କରୁଥିବା ପୁରୁଷଙ୍କ ସଂଖ୍ୟା ୫୩ % ରହିଥିବା ବେଳେ ମିହିଳାଙ୍କ ସଂଖ୍ୟା ୨୪ % ଅଟେ, ଯାହାକି ଅନୁପାତ ତୁଳନାରେ ପୁରୁଷ ଙ୍କ ଠାରୁ ଅଧିକ l
-ଶିକ୍କିମ ରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ୧୬ % ପ୍ରତିଶତ ଅଟେ ପୁରୁଷଙ୍କର ହସ୍ତଗତ ହୋଇନାହିଁ l
– ଏହାପରେ ତେଲେଙ୍ଗାନା ରେ ସବୁଠୁ ଅଧିକ ମହିଳାମାନେ ମଦ୍ୟପାନ କରି ଥାଆନ୍ତି, ଏଠାରେ ୪୩ %ଅଟେ l
– ଏହି ରାଜ୍ୟ ଗୁଡିକ ବ୍ୟତୀତ ଆସାମ ର ବ୍ରହ୍ମପୁତ୍ର ଅଂଚଳ, ଝାରଖଣ୍ଡ ଏବଂ ଛତିଶଗଡ଼ ର ବସ୍ତର ଅଂଚଳ l ଓଡ଼ିଶାରେ ମଧ୍ୟ ମହିଳା ମାନଙ୍କର ଦିନକୁ ଦିନ ମଦ୍ୟପାନ ସଂଖ୍ୟା ବୃଦ୍ଧି ପାଉଛି l ଏହିସବୁ ଅଂଚଳରେ ଅନୁସୂଚିତ ଜନଜାତି ର ଲୋକଙ୍କ ର ମଦ୍ୟପାନ ସଂଖ୍ୟା ଜାତି / ଜନଜାତି ଙ୍କ ତୁଳନାରେ ସର୍ବାଧିକ ଅଟେ l ଏହିସବୁ କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳା ସମାନ ଭାବରେ ମଦ୍ୟପାନ କରନ୍ତି l