ପ୍ରତ୍ୟେକ ମହିଳା ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିଜକୁ ଖୁବ ସୁନ୍ଦର ଭାବରେ ସଜାଇ ଥାଆନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ର ବ୍ୟବହାର କରିବାକୁ ପସନ୍ଦ କରନ୍ତି l ସେହି ପ୍ରସାଧନ ସାମଗ୍ରୀ ମାନଙ୍କ ମଧ୍ୟରେ ଲିପ ଷ୍ଟିକ ସମସ୍ତଙ୍କର ପ୍ରିୟ ପ୍ରସାଧନ ସାମଗ୍ରୀ l ଲିପିସ୍ଟିକ ମୁହଁ ର ମେକଅପ ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରିଦେଇଥାଏ l ତେଣୁ ପ୍ରତ୍ୟେକ ମହିଳା ନିଜ ମୁହଁ କୁ ମାନିଲା ଭଳି ଲିପଷ୍ଟିକ ସେଡ ବାଛି ଲଗାଇବାକୁ ପସନ୍ଦ କରି ଥାଆନ୍ତି l
ଲିପ ଷ୍ଟିକ ରେ ପେଥାଲେଟସ ଓ ଲେଡ ନାମକ କେମିକାଲ ରହିଥାଏ l ଯାହାକି ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ l ଏହାଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ l ଯଦି ଆପଣ ମଧ୍ୟ ନିୟମିତ ଲିପଷ୍ଟିକ ଲଗାଉଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ l ଗୋଟିଏ ରିସର୍ଚ୍ଚ ଅନୁସାରେ ନିୟମିତ ଲିପଷ୍ଟିକ ଲଗାଇବା ଦ୍ୱାରା ୫ଟି ସାଙ୍ଘାତିକ ରୋଗରେ ପୀଡିତ ହୋଇଥାଆନ୍ତି l
– ଲିପଷ୍ଟିକ ରେ ଏଭଳି କେମିକାଲ ରହିଥାଏ ଯାହାକି ଶରୀରରେ ଟକ୍ସିନ ଉତ୍ପନ କରିଥାଏ l ଟକ୍ସିନ ବୃଦ୍ଧି ହେବା ଦ୍ୱାରା ଅନେକ ପ୍ରକାର ଶାରୀରିକ ସମସ୍ୟା ହୋଇଥାଏ l
– ଅନେକ ସମୟ ରେ ଏହି ଦୁଇ କେମିକାଲ ଓଠ କୁ ରିଆକ୍ସନ କରି ଥାଆନ୍ତି ଏବଂ ଓଠ ରେ ଘା ମଧ୍ୟ ହୋଇଯାଇ ଥାଏ, ଯାହାକି ଦୀର୍ଘଦିନ ପର୍ଯ୍ୟନ୍ତ ଓଠ କୁ କ୍ଷତି କରାଇଥାଏ l
– ଏହି ରିସର୍ଚ୍ଚ ଅନୁସାରେ ଲିପଷ୍ଟିକ ଲଗାଉଥିବା ମହିଳା ଅନେକ ସମୟରେ କ୍ୟାନ୍ସର ରେ ମଧ୍ୟ ପୀଡିତ ହୋଇ ଥାଆନ୍ତି l ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ l
– ଗୋଟିଏ ନୂତନ ଅଧ୍ୟୟନ ଅନୁସାରେ ଲିପଷ୍ଟିକ ଅନେକ ସମୟରେ କିଡ଼ନୀ ଫେଲ ର ମଧ୍ୟ କାରଣ ହୋଇଥାଏ, ଲିପିସ୍ଟିକ ରେ ଥିବା କେଡ଼ମିୟମ କେମିକାଲ କାରଣରୁ କିଡ୍ନୀ ମଧ୍ୟ ପ୍ରଭାବିତ ହୋଇଥାଏ l
– ନିୟମିତ ଲିପିସ୍ଟିକ ଲଗାଇବା ଦ୍ୱାରା ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ ଓ କନସିଭ କରିବା ପାଇଁ ମଧ୍ୟ ସମସ୍ୟା ହୋଇଥାଏ , ତେଣୁ ଯଦି ନିୟମିତ ଲିପିସ୍ଟିକ ଲଗାଉଛନ୍ତି ତେବେ କିଛିଟା କଥାକୁ ନିହାତି ଧ୍ୟାନ ଦେବା ଜରୁରୀ –
– ଭଲ ବ୍ରାଣ୍ଡ ର ଲିପଷ୍ଟିକ ଲଗାନ୍ତୁ l
– ଲିପଷ୍ଟିକ ର ଏକ୍ସପlରି ଡେଟ ଚେକ ନିହାତି କରନ୍ତୁ l
– କୌଣସି ଜିନିଷ ଖାଇବା ପୂର୍ବରୁ ଲିପଷ୍ଟିକ ନିହାତି ପୋଛିବା ଜରୁରୀ l