Odisha news

କାଜୁ ତୋଳିବାକୁ ନେଇ ଗଣ୍ଡଗୋଳ ଘଟଣା: ଦୁଇ ଜଣ ଗିରଫ

0
ନିରାକାରପୁର, ୧୯/୪: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ଶଗଡଭଙ୍ଗା ପଞ୍ଚାୟତ ଗୋଡିକିଲୋ ଗ୍ରାମରେ କାଜୁ ତୋଳକୁ ନେଇ ଗତକାଲି ଘଟିଥିବା ମାଡପିଟ ଘଟଣାରେ ଆଜି ଜଂକିଆ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଙ୍କିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଜଣାଇଛନ୍ତି। ସୂଚନାଯୋଗ୍ୟ କି କାଜୁ ତୋଳିବାକୁ କେନ୍ଦ୍ର କରି ଗୋଦିକିଲୋ ଗ୍ରାମର ଅନ୍ନପୂର୍ଣ୍ଣା ମଙ୍ଗରାଜ ପରିବାର ଓ ନିରୁପମା ପରିଡ଼ାଙ୍କ ପରିବାର ମଧ୍ୟରେ ବୁଧବାର ରାତି ୧୨ ଟା ବେଳେ ବିଭିନ୍ନ ମାରଣାସ୍ତ୍ର ଧରି ମାଡ଼ ପିଟ ହୋଇଥିଲା। ଏହି ଘଟଣାରେ ଉଭୟ ପକ୍ଷର ୪ ଜଣ ଆହତ ହୋଇଥିଲେ। ଏ ନେଇ ଜଂକିଆ ଥାନାରେ ଉଭୟଙ୍କ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିଲା। ଆଜି ଗୋଟିଏ ପକ୍ଷର ଜଣେ ନାବାଳକ ସମେତ ସୁରେନ୍ଦ୍ର ପରିଡ଼ା(୪୨)ଙ୍କୁ ପୋଲିସ ଗିରଫ କରି କେସ ନଂ ୧୪୨/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି।
Nalco
Leave A Reply