Odisha news

କାହିଁକି ବସି ବସି ଗୋଡ ହଲାଇବା ଉଚିତ୍ ନୁହେଁ , କଣ ରହିଛି ଏହା ପଛର ଧାର୍ମିକ କାରଣ

0
ସାଧାରଣ ଭାବରେ ମଣିଷର ଆଚାର ବ୍ୟବହାର କୁ ନେଇ ଅନେକ ପ୍ରକାର ନୀତିନିୟମ ରହିଥାଏ । ଯାହାକୁ ନେଇ ସକାଳୁ ସନ୍ଧ୍ୟା ମଧ୍ୟରେ ଅନେକ ନିୟମ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ବସି ଥିବା ସମୟରେ ଗୋଡ ହଲାଇବା ଉଚିତ୍ ନୁହେଁ । ଆମ ମଧ୍ୟରୁ କିଛି ଲୋକ ଙ୍କ ର ଅଭ୍ୟାସ ରହିଥାଏ ବସି ବସି ଲଗାତାର ଭାବରେ ଗୋଡ ହଲାଇବା । ଆପଣ ମଧ୍ୟ ସୁଣିଥିବେ ଅନେକ ସମୟରେ ଘରର ଗୁରୁଜନ ମାନେ ବସି ବସି ଗୋଡ ହଲାଇବାକୁ ନେଇ ବାରଣ କରି ଥାଆନ୍ତି ।
* ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ଗୋଡ ହଲାଇବାକୁ ନେଇ ଅନେକ ପ୍ରକାର ମନ୍ତବ୍ୟ ରହିଛି । କୁହାଯାଏ ଯେ ବସି ବସି ଗୋଡ ହଲାଇବା ଦ୍ଵାରା ଜାତକ ରେ ଚନ୍ଦ୍ରମା ଙ୍କ ସ୍ଥିତି ଦୁର୍ବଳ ହୋଇଥାଏ । ଏହାଦ୍ବାରା ଥଣ୍ଡା ଓ କଫ ସମସ୍ୟା ଲାଗି ରହିଥାଏ ।
* କୁହାଯାଏ ଯେ ଯଦି ଜଣେ ବ୍ୟକ୍ତି ସବୁବେଳେ ବସି ବସି ଗୋଡ ହଲାଉଚି ଏହା ତାର ମାନସିକ ସ୍ଥିତି କୁ ଦୁର୍ବଳ କରିଥାଏ । ଏହାଦ୍ବାରା ମାନସିକ ଚାପ ବୃଦ୍ଧି ହୋଇଥାଏ । ତେଣୁ ସାସ୍ତ୍ରବିତ୍ ମାନେ ଗୋଡ ହଲାଇବାକୁ ମନା କରି ଥାଆନ୍ତି ।
* ମାନ୍ୟତା ଅନୁସାରେ କୁହାଯାଇଛି ଯେ ମହିଳା ହୁଅନ୍ତୁ କିମ୍ବା ପୁରୁଷ ବସି କି କିମ୍ବା ଶୋଇଥିବା ସମୟରେ ଗୋଡ ହାଲାଇବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି । ଏହାଛଡା ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ ।
* ମାନ୍ୟତା ରହିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଭାବେ ବସି ବସି ଗୋଡ ହଲାଇ ଥାଏ ତେବେ ସିଏ ଯେ କୌଣସି ଧାର୍ମିକ କାର୍ଯ୍ୟ କରିଥାଏ ତାର ଫଳ ସେ ଲାଭ କରିନଥାଏ । ତେଣୁ ଗୋଡ ହଲାଇବ ଆଦୌ ଉଚିତ୍ ନୁହେଁ ।
* ଗୋଡ ହଲାଇବା ଦ୍ଵାରା ମଧ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ଯେଉଁ ବ୍ୟକ୍ତି ବସି ବସି ସବୁବେଳେ ଗୋଡ ହଲାଇ ଥାଏ ତାର ହାର୍ଟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇଥାଏ ।
* ଯେଉଁ ଘରର ମହିଳା ମାନେ ବସିକି ଗୋଡ ହଲାଇ ଥାଆନ୍ତି , ସେହି ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଏହାଛଡା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ।
Leave A Reply