ଗୁରୁବାର ଦିନଟି ଗୁରୁ ବୃହସ୍ପତି ଙ୍କୁ ସମର୍ପିତ ଅଟେ, ଏବଂ ଏଥି ସହିତ ମାତା ଲକ୍ଷ୍ମୀ ଏବଂ ଭଗବାନ ନାରାୟଣ ଙ୍କୁ ମଧ୍ୟ ପୂଜା କରାଯାଇଥାଏ l ଶାସ୍ତ୍ର ଅନୁସାରେ କିଛି ଲୋକେ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ରତ କରି ଥାଆନ୍ତି l କିନ୍ତୁ ଗୁରୁବାର ଦିନ ସୁଖ ସମୃଦ୍ଧି ପାଇଁ କିଛିଟା ଦିବ୍ୟ ମନ୍ତ୍ର ପାଠ କରିବା ଦ୍ୱାରା ସୁଖ ସମୃଦ୍ଧି ର ଆଗମନ ମଧ୍ୟ ହୋଇଥାଏ l
– ସୁଖ-ସମୃଦ୍ଧି ପାଇଁ ଉପାୟ –
ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମତ ଲକ୍ଷ୍ମୀ ଙ୍କୁ ମିଳିତ ଭାବରେ ପୂଜା କରନ୍ତୁ ଏବଂ ଗୁଡ଼ ପ୍ରସାଦ ରେ ଅର୍ପଣ କରନ୍ତୁ, ଏବଂ ‘ଓଂ ବୃଙ୍ଗ ବୃହଷ୍ପତ୍ତୟେ ନମଃ ‘ ମନ୍ତ୍ରଟି ପାଠ କରନ୍ତୁ l
ଏବଂ ଜୀବନ ରେ ସୁଖ -ସମୃଦ୍ଧି ଲାଭ କରନ୍ତୁ l
– ଗୁରୁ ଦୋଷ ଦୂର କରିବା ପାଇଁ –
କୁଣ୍ଡଳୀ ରେ ଗୁରୁ ଦୋଷ ଥିଲେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହୋଇଥାଏ ତେଣୁ ଗୁରୁବାର ଦିନ ସାମାନ୍ୟ ହଳଦୀ ଗାଧୋଇବା ପାଣିରେ ମିଶାଇ ନିଅନ୍ତୁ ଏବଂ ସେହି ପାଣି ରେ ଗାଧୋଇ ପଡନ୍ତୁ , ଉନ୍ନତି ର ରାସ୍ତା ଖୋଲି ଯିବ , ଏବଂ ‘ଓଂ କ୍ଳିଙ୍ଗ ବୃହଷ୍ପତ୍ତୟେ ନମଃ ‘ ମନ୍ତ୍ର ପାଠ କରନ୍ତୁ l
– ବ୍ୟବସାୟ ରେ ଲାଭ ପାଇଁ –
ଯଦି ବ୍ୟବସାୟ ରେ ଅସୁବିଧା ହେଉଛି ତେବେ ଗୁରୁବାର ଦିନ ମନ୍ଦିର କୁ ଯାଇ ଖଣ୍ଡ ହଳଦୀ ର ମାଳି ଭଗବାନ ଙ୍କୁ ଅର୍ପଣ କରନ୍ତୁ l ଏବଂ ନିଜ ଇଚ୍ଛା ପୁର୍ଣ କରନ୍ତୁ ଏବଂ ‘ ଓଂ ଗ୍ରାଙ୍ଗ ଗ୍ରୀଙ୍ଗ ଗ୍ରୋଙ୍ଗ ଶଃ ଗୁରବେ ନମଃ ‘ l
– ମନସ୍କାମନା ପୁର୍ଣ ପାଇଁ –
ଭଗବାନ ବିଷ୍ଣୁ ଙ୍କ ପ୍ରିୟ ହଳଦିଆ ରଙ୍ଗ ର ଫୁଲ ଗୁରୁବାର ଦିନ ପୂଜାରେ ଅର୍ପଣ କରନ୍ତୁ l ଏବଂ ବିଷ୍ଣୁ ଙ୍କୁ ହଳଦିଆ ବସ୍ତ୍ର ଏବଂ ହଳଦିଆ ରଙ୍ଗର ଅନ୍ନ ଅର୍ପଣ କରନ୍ତୁ l ଏବଂ ‘ ଓଂ ଏଂ ବୃହଷ୍ପତ୍ତୟେ ନମଃ ‘ ମନ୍ତ୍ର ପାଠ କରନ୍ତୁ ଏଥି ସହିତ ଓଂ ଗୁରବେ ନମଃ ମନ୍ତ୍ର ପାଠ କରନ୍ତୁ l