Odisha news

୬୬ , ୬୦୦ କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡି ଆସୁଛି ବିପଦ : ଯାହାକୁ ନେଇ NASA ମଧ୍ୟ ଚିନ୍ତାରେ

0

ବିଶ୍ୱ ବ୍ରହ୍ମାଣ୍ଡ ଖୁବ ବିସ୍ତିର୍ଣ, ପ୍ରତ୍ୟେକ ସମୟ ରେ କିଛିନା କିଛି ଘଟି ଚାଲିଛି, କିନ୍ତୁ ଯେତେବେଳେ କିଛି ବଡ଼ ଧରଣର କିଛି ଘଟିବାକୁ ଯାଏ ଆମ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ, ଠିକ ସେହିଭଳି ଗୋଟିଏ ବିପଦ ବର୍ତମାନ ସମୟ ରେ ଦୁନିଆର ସମସ୍ତ ବୈଜ୍ଞାନିକ ଙ୍କ ପାଇଁ ଚିନ୍ତା ବଢ଼ାଇଛି , ଏହି ଚିନ୍ତାର କାରଣ ହେଉଛି ବିଶାଳକାୟ ଉଲ୍କା ପିଣ୍ଡ, ଏମିତିରେ ତ ଅନେକ ଉଲ୍କା ପିଣ୍ଡ ବ୍ରହ୍ମାଣ୍ଡ ରେ ରହିଛନ୍ତି, କିନ୍ତୁ ନାସା ଏହାକୁ ଗୋଟିଏ ବିପଦପୂର୍ଣ ବସ୍ତୁ ଭାବରେ ଦେଖୁଚି l

ବର୍ତମାନ ଅନ୍ତରୀକ୍ଷ ରେ ଗୋଟିଏ ଏଭଳି ବିଶାଳକାୟ ଉଲ୍କା ପିଣ୍ଡ ବୁଲୁଚି, ଯାହାକୁ ନେଇ ନାସା ମଧ୍ୟ ଚିନ୍ତାରେ ପଡିଯାଇଛି, ସବୁଠୁ ବଡ଼ କଥାଟି ହେଲା ଏହାର ଗତି ପ୍ରତି ଘଣ୍ଟାରେ ୬୬ , ୬୦୦ କିଲୋମିଟର ବେଗରେ ଗତି କରୁଛି ଏବଂ ସବୁଠୁ ବଡ଼ କଥା ହେଲା ଏହାର ଆକାର ୧୯୦ ଫୁଟ ଅର୍ଥାତ ୫୮ ମିଟର ରୁ ରୁ ଅଧିକ ରହିଛି l ଯାହାକି ଗୋଟିଏ ବହୁ ପ୍ରାସାଦ ବିଶିଷ୍ଟ ଘର ଠାରୁ ମଧ୍ୟ ଅଧିକ ଅଟେ, ଏହି ଏଷ୍ଟେରଏଡ଼ ନାମ ୨୦୨୫ PM2 ରଖାଯାଇଛି, ଏହା ପୃଥିବୀ ପାଇଁ ଏଥିପାଇଁ ଚିନ୍ତାର କାରଣ କାହିଁକିନା ସ୍ପେସ ଏଜେନ୍ସି ନାସା ପକ୍ଷରୁ ଏହାକୁ ଗୋଟିଏ ସମ୍ଭାବ୍ୟ ବିପଦ ଭାବରେ ଦେଖା ଯାଉଛି, ବର୍ତମାନ ବୈଜ୍ଞାନିକ ଙ୍କ ନଜର ଏହା ଉପରେ ରହିଛି କାହିଁକି ନା ଏହା ପୃଥିବୀ ର ଖୁବ ନିକଟତର ହୋଇ ଗତି କରିବ l

Nalco
Leave A Reply