ପାକିସ୍ଥା ଅଧିକୃତ କାଶ୍ମୀର ର ରାଓଲକୋଟ ର ସ୍ଥିତି ଖୁବ ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି, ଏଠାରେ ବ୍ୟକ୍ତିଗତ ଅଧିକାର ଓ ମତଦାନ ବର୍ଜନ କୁ ନେଇ ଶାନ୍ତିପୂର୍ଣ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପାକିସ୍ଥାନୀ ସୁରକ୍ଷା ବଳ କଥିତ ଭାବରେ ଗୁଳି ଚଳାଇଛନ୍ତି, ଯେଉଁଥିରେ ବର୍ତମାନ ସୁଧା ୧୯ ଜଣ ନିରୀହ ଯୁବକ ଙ୍କ ମୃତ୍ୟୁ ହୋଇସାରିଛି, ଏବଂ ଏହି ଘଟଣାକୁ ନେଇ ସମ୍ପୂର୍ଣ ଅଞ୍ଚଳ ରେ ଉତେଜନା ଦେଖିବାକୁ ମିଳିଛି l
ପାକିସ୍ଥାନୀ ରେଞ୍ଜର୍ସ ଦ୍ୱାରା ମଙ୍ଗଳବାର ଜୁଲାଇ ୨୮ ତାରିଖ ଦିନ ସକାଳୁ ସକାଳୁ ରାଓଲ କୋଟ ର ଜମା ହୋଇଥିବା କିଛି ଯୁବକଙ୍କ ଗୁଳି ଚାଳନା ହୋଇଛି, ସ୍ଥାନୀୟ ରାଜନୈତିକ କାର୍ଯ୍ୟକର୍ତା କହିଛନ୍ତି ଯେ ପାକିସ୍ଥାନୀ ସେନା, ପଞ୍ଜାବ ରେଞ୍ଜର୍ସ ଓ ପୋଲିସ ପ୍ରଦର୍ଶନକାରୀ ଙ୍କୁ ଛୀନଭିନ କରିବା ପାଇଁ କେବଳ ଟିଅର ଗ୍ୟାସ ଚଳାଇ ନାହିଁ, ବରଂ କିଛି ସ୍ଥାନରେ ଅସଲି ଗୁଳି ମଧ୍ୟ ଚଳାଇଛି, ବର୍ତମାନ ସୁଧା ଆମର ୧୯ ଜଣ ସାଥି ସହିଦ ହୋଇଯାଇଛନ୍ତି l
ପିଓକେ ର ପ୍ରଦର୍ଶନ ର ଭିଡିଓ ସୋସିଆଲ ମିଡିଆରେ ଲଗାତାର ଭାଇରଲ ହେଉଛି, ଏଠାକାର ସ୍ଥାନୀୟ ଲୋକେ କହିଛନ୍ତି ଯେ ଏଠାକାର ସ୍ଥିତି ଦେଖି ଆମକୁ ଲାଗୁଚି ଯେ ଆମେ ଫିଲିସ୍ତିନି ରେ ଅଛୁ l ଏବଂ ପ୍ରଦର୍ଶନକାରୀ ଙ୍କ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମିଡ଼ିଆ ଓ ମାନବାଧିକାର ସଂଗଠନ ର ହସ୍ତକ୍ଷେପ ପାଇଁ ଅନୁରୋଧ କରାଯାଇଛି l
ସ୍ଥାନୀୟ ଲୋକଙ୍କ ଦ୍ୱାରା କୁହାଯାଇଛି ଯେ ସରକାର ହିଂସା କୁ ଡବାଇବା ପାଇଁ ଓ ଏଠାକାର ସ୍ଥିତି ବାହାରକୁ ନଯିବା ପାଇଁ ଇଣ୍ଟରନେଟ ସେବା ସମ୍ପୂର୍ଣ ବନ୍ଦ କରିଦିଆ ଯାଇଛି, ଏବଂ ମୋବାଇଲ କଣେକ୍ଟିଭିଟି ଓ ବିଜୁଳୀ କାଟି ଦିଆଯାଇଛି l
କାହିଁକି ତେଜିଲା POK ରେ ହିଂସା ?
ପାକିସ୍ଥାନ ଅଧିକୃତ କାଶ୍ମୀର ରେ ଗତ କିଛି ସମୟ ହେଲା ସ୍ଥିତି ଗମ୍ଭୀର ରହିଛି, ବିଧାନସଭାରେ ଶରଣାର୍ଥୀ ଙ୍କ ସିଟ ର ଆରକ୍ଷଣ କୁ ନେଇ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ବର୍ତମାନ ବଡ଼ ଜନ -ଆନ୍ଦୋଳନ ରେ ପରିବର୍ତ୍ତନ ହୋଇସାରିଛି, ସ୍ଥାନୀୟ ଲୋକେ ପାକିସ୍ଥାନ ସରକାର ଓ ସେନା ବିରୁଦ୍ଧରେ ରାସ୍ତାକୁ ଓଲ୍ହାଇଛନ୍ତି, ଜଏଣ୍ଟ ଅବାମି ଆକ୍ସନ କମିଟି ର ନେତୃତ୍ୱରେ ହେଉଥିବା ଏହି ପ୍ରଦର୍ଶନ ବିଶେଷ ଭାବରେ କିଛିଟା ଦାବି ପୂରଣ କୁ ନେଇ ଚାଲିଛି l
– ଯେଉଁଥିରେ ସାମିଲ ରହିଛି ଦରଦାମ ବୃଦ୍ଧି ଓ ବିଜୁଳି ବିଲ ବୃଦ୍ଧି, ଉନ୍ନତ ଡାକ୍ତରୀ ସେବା, ଭଲ ଶିକ୍ଷା ଏବଂ ଉନ୍ନତ ମାନର ରାସ୍ତା ନିର୍ମାଣ, ଶରଣାର୍ଥୀ ମାନଙ୍କ ପାଇଁ ରିଜର୍ଭେସନ ସିଟ ସମ୍ପୂର୍ଣ ବନ୍ଦ କରାଯାଉ, ଏବଂ ଲୋକଙ୍କୁ ସେମାନଙ୍କ ଉପଯୁକ୍ତ ହକ ମିଳୁ l
