Odisha news

ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ସପ୍ତଦଶ ତମ ଶ୍ରାଦ୍ଧଉତ୍ସବ : ଗୋବରୀ ନଦୀରେ ତିଳତର୍ପଣ, ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ସ୍ମୃତି ସଭା

0

କେନ୍ଦ୍ରାପଡା ,୦୭/୦୯ ( ରବୀନ୍ଦ୍ର ଦାଶ ): ଓଡିଶାର ବିକାଶ ପାଇଁ ଦିନ ରାତି ଅହରହ ସ୍ୱପ୍ନ ଦେଖୁଥିବା ତଥା କେନ୍ଦ୍ରାପଡା ଜିଲ୍ଲାର ସମୁହ ବିକାଶ , ଜିଲ୍ଲାରେ କୃଷି , ଜଳସେଚନ , ଗମନାଗମନ , ଶିକ୍ଷା ଓ ସାଧାରଣ ଜୀବନ ବିକାଶରେ ଓଡିଶାର ଅଦ୍ୱିତୀୟ ଜନନାୟକ ତଥା ବିକାଶ ପୁରୁଷ କର୍ମଯୋଗୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଅବଦାନ ଚିର ସ୍ମରଣୀୟ ବୋଲି ପୂର୍ବତନମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନ ପରିସରରେ କେନ୍ଦ୍ରାପଡା ଜିଲ୍ଲା ବସନ୍ତ ବିଶ୍ୱାଳ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସପ୍ତଦଶ ତମ ଶ୍ରାଦେ୍ଧାସôବର ସ୍ମୃତି ସଭାରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି ।

କିମ୍ବଦନ୍ତୀ ପୁରୁଷ ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ସପ୍ତଦଶ ତମ ଶ୍ରାଦେ୍ଧାସôବ କେନ୍ଦ୍ରାପଡାରେ କରୋନା ମହାମାରୀ ପାଇଁ ନିରାଡମ୍ବରେରେ ପାଳିତ ହୋଇଯାଇଛି । ଏହି ଅବସରରେ ଗୋବରୀ ନଦୀର ଲକ୍ଷ୍ମୀ ଘାଟରେ ତିଳତର୍ପଣ ,ସହରସ୍ଥ ବାଇପାସ୍ ଛକସ୍ଥିତ ବସନ୍ତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ , ସ୍ମୃତି ଚାରଣ ସଭା ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସପ୍ତଦଶ ତମ ଶ୍ରାଦେ୍ଧାସôବ ପାଳନ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ବସନ୍ତ ବିଶ୍ୱାଳ ସ୍ମୃତି କମିଟି ପକ୍ଷରୁ ପୂର୍ବାହ୍ନ ୮ଟାରେ ଗୋବରୀ ନଦୀର ଲକ୍ଷ୍ମୀଘାଟ ଠାରେ ତିଳ ତର୍ପଣ କରାଯାଇଥିଲା । ପରେ ନୂଆ ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ବାଇପାସ୍ ଛକ ନିକଟରେ ଥିବା ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତି ସମୂହ ପୁଷ୍ପମାଲ୍ୟ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ପୂର୍ବତନମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନ ପରିସରରେ କାର୍ଯ୍ୟକାରୀ ସଭାପତି ସୁସିଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଥିଲା ।

ସଂପାଦକ ଗୋପାଳ କୃଷ୍ଣ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବସନ୍ତ ବାବୁ ଉପ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡିଶାର ବିକାଶରେ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତାହା ବର୍ଣ୍ଣନା କରିବା ସହ ସ୍ମୃତି ଚାରଣ କରିଥିଲେ । ଗୋପାଳ କୁମାର ମହାଲିକ୍, ଫକୀର ଚରଣ ଖଟ୍ଟୁଆ , ପ୍ରଦୀପ ମହାନ୍ତି , ବଟକୃଷ୍ଣ ପ୍ରଧାନ ,ମୁକ୍ତାର ଖାଁ , ଶରତ କୁମାର ବେହୁରା , ଶିକ୍ଷାବିତ୍ ଇଶ୍ୱର କୁମାର ସାହୁ , ସମ୍ବାଦିକ ପରିକ୍ଷୀତ ପାତ୍ର ,ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିଶ୍ୱାଳଙ୍କୁ ଜଣେ କର୍ମ କୁଶଳୀ ଓ ଦୃଢ ଇଚ୍ଛାଶକ୍ତି ସମ୍ପନ୍ନ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ । ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧାର ମୁଦୁଲି , ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ବେହୁରା ,ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ,ବିଧୁଭୂଷଣ ମହାପାତ୍ର , ପଦ୍ମନାଭ ଦାସ ,ବସନ୍ତ ସେଠୀ ଓ ସମୟର ଜିଲ୍ଲା ପ୍ରତିନିଧି ରବୀନ୍ଦ୍ର କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply