କୋଦଳା  ( ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ସୁବଳ କୁମାର ସାହୁଙ୍କ ଅକାଳ ବିୟୋଗ ଘଟିଛି।ମୃତ୍ଯୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। କିଛି ଦିନ ଧରି ଶ୍ରୀ ସାହୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ପ୍ରଥମେ ବ୍ରହ୍ମପୁର ବଡମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଥିଲେ। ତାକଂର କିଡ଼ନୀ ଜନୀତ ସମସ୍ଯା ଦେଖା ଦେଉଥିବା ବେଳେ ଗତ ରବିବାର ରାତ୍ରିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l
ସେ ଅତ୍ଯନ୍ତ ଭଦ୍ର, ନମ୍ର ଓ ନିଷ୍ଠାବାନ ବ୍ଯକ୍ତିତ୍ବ ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କର ଏହି ଅକାଳ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ଓ ପୁରା ପଞ୍ଚାୟତ ହତବାକ୍ ହୋଇ ଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବିଜେଡି ନେତା ହର ପ୍ରସାଦ ସାହୁ, ବିଜେପି ନେତା ରଂଜନ କୁମାର ପୋଲାଇ, ବେଗୁନିଆପଡ଼ା ବ୍ଳକ ବିଜେଡ଼ି ସଭାପତି ବିଜୟ କୁମାର ଦୋରା, ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ସେଠୀ, ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଲେଇକଂ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ବିଶେଷ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଶ୍ରୀ ସାହୁଙ୍କ ମରଶରୀରକୁ ନିଜ ଗ୍ରାମକୁ ଅଣାଯିବା ପରେ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ ସାହୁଙ୍କ ସ୍ତ୍ରୀ ସମେତ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି l

LEAVE A REPLY

Please enter your comment!
Please enter your name here