Odisha news

କୋଠପଦା : ଗ୍ରାମ୍ୟ ରାସ୍ତା ବନ୍ଦ,ପ୍ରଶାସନର ଦ୍ୱାରସ୍ତ ହେଲେ ଗ୍ରାମବାସୀ

0

କୋଠପଦା : ମାହାଙ୍ଗା ତହସିଲ ଅନ୍ତର୍ଗତ ଝାଡେଶ୍ୱରପୁର ରାଜସ୍ୱ ସର୍କଲ ଅଧିନସ୍ଥ ମାଣିତ୍ରୀ ଗ୍ରାମର ଅନୁସୂଚୀତ ବର୍ଗ ସାହିର ଲୋକମାନଙ୍କ ପାଇଁ ପୂର୍ବରୁ ରହିଥିବା ରାସ୍ତାଟିକୁ ଗ୍ରାମର ଜନୈକ ବ୍ୟକ୍ତି ବାଉଁଶ ବାଡଦେଇ ବନ୍ଦ କରିଦେଇ ଥିବାରୁ ଉକ୍ତ ସାହିର ଲୋକମାନେ ନ୍ୟାୟ ଦାବିରେ ତହସିଲ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗରୁ ପ୍ରକାଶ, ମାଣିତ୍ରୀ ଗ୍ରାମର ଅନୁସୂନୀତ ବର୍ଗର ସାହିର ବହୁପରିବାର ପୂର୍ବରୁ ଗ୍ରାମର ଯେଉଁ ରାସ୍ତାଦେଇ ଯାତାୟତ କରୁଥିଲେ ସେହି ରାସ୍ତାକୁ ଏବେ ଗ୍ରାମର ଜନୈକ ବ୍ୟକ୍ତି ନିଜ ଜାଗା ଦାବିକରି ବାଉଁଶବାଡ ଦେଇ ବନ୍ଦ କରିଦେଇ ଥିବାରୁ ଗ୍ରାମବାସୀଙ୍କ ଦୈନଦିନ ଯାତାୟତରେ   ସମସ୍ୟା ଦେଖାଦେଇଛି ।

ଏହାକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହି ଥିଲାବେଳେ  ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଯିବା ସହିତ ତହସିଲ ପ୍ରଶାସନ ନିକଟରେ ତୁରନ୍ତ ଉକ୍ତ ରାସ୍ତାକୁ ମାପଚୁପ କରି ଦଖଲମୁକ୍ତ କରିବା ପାଇଁ ଲିଖିତ ଭାବେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅତିିରିକ୍ତ ତହସିଲଦାର ବାବୁରାମ ମୁର୍ମୁଙ୍କ କହିବାନୁଯାଇ ଗ୍ରାମବାସୀଙ୍କ ଅଭିଯୋଗ ପାଇବାପରେ ସମ୍ପୃକ୍ତ ରାଜସ୍ୱ ନୀରିକ୍ଷକଙ୍କୁ ଉକ୍ତ ବିବାଦୀୟ ରାସ୍ତାର ସରଜମିନ ରିପୋର୍ଟ ଦେବା ପାଇଁ  ନିଦେ୍ର୍ଦଶ ଦେଇଛି । ଜିଲ୍ଲା ପ୍ରଶାସନ ତ୍ୱରିତ ପପକ୍ଷେପ ଗ୍ରହଣକରି ପୂର୍ବପରି ରସ୍ତାରେ ଯାତାୟତର ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ।

Govt
Leave A Reply