ଭଦ୍ରକ :କୋରନା ପରିସ୍ଥିତିରେ ବିଭିନ୍ନ ସଂସ୍ଥା ପକ୍ଷରୁ ଆୟୋଜିତ ଅନ୍ଲାଇନ୍ ପ୍ରତିଯୋଗିତାରେ ଆଦାନୀ ଡିଏଭି ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଡ ସଫଳତା ମିଳିଛି । ବିଦ୍ୟାଳୟର ୨୪ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଛନ୍ତି । ଏପରିକି ୧୪ଜଣ ଛାତ୍ରଛାତ୍ରୀ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଠାରୁ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ନାସା ପକ୍ଷରୁ ଆୟୋଜିତ ଦିନକ ପାଇଁ ବୈଜ୍ଞାନିକ ୨୦୧୯-୨୦’ ଶୀର୍ଷକ ଅନଲାଇନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏହି ଛାତ୍ରଛାତ୍ରୀମାନେ ନାସା ଠାରୁ ସାର୍ଟିଫିକେଟ ପାଇବାକୁ ଯୋଗ୍ୟତା ଅର୍ଜନ କରିଛନ୍ତିି ।ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲ କେବଳ ଆଦାନୀ ଧାମରା ବନ୍ଦର ପରିସରରେ ଛାତ୍ରମାନଙ୍କ କ୍ୟାରିୟର ନିର୍ମାଣ ପାଇଁ ଶିକ୍ଷା ପ୍ରଦାନ କରୁନାହିଁ, ବରଂ ରାଜ୍ୟ, ଜାତୀୟ ଏବଂ ଆଦ୍ଦର୍ଜାତୀୟ ସଂଗଠନ ଦ୍ୱାରା ଆୟୋଜିତ ପାଠ୍ୟକ୍ରମ, ଅତିରିକ୍ତ ପାଠ୍ୟକ୍ରମଭିତ୍ତିକ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେମାନଙ୍କର ଜ୍ଞାନ ବୃଦ୍ଧି ପାଇଁ ବିଭିନ୍ନ ଫୋରମ୍ରେ ସୁଯୋଗ ଯୋଗାଇଦେଉଛିା
ଚଳିତ ବର୍ଷ ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଗଙ୍ଗା ପାଲ, ପ୍ରଥମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଅଶେଶା ଅଶ୍ୱିସେ୍ୱତା ଏବଂ ତୃତୀୟ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସମୀରାନ୍ ମିଶ୍ର ଓ ସୁଶ୍ରୀ ପ୍ରତୀକ୍ଷା ସାହାନୀ ଡିଜିଟାଲ୍ ସଂଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩,୦୦୦ ଟଙ୍କା ନଗଦ ପୁରସ୍କାର ପାଇଁ ମନୋନୀତ ହୋଇଛଦ୍ଦି । ଜୁନ୍ ୨୯ ତାରିଖରେ ଭାରତ ସ୍କାଉଟ୍ ଏବଂ ଗାଇଡ୍ ପକ୍ଷରୁ ଭର୍ଚୁଆଲ୍ ମୋଡ୍ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଭୌତିକ ପ୍ରତିଯୋଗିତା-୨୦୨୦ ଦ୍ୱାରା ଆୟୋଜିତ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଭୌତିକ ଜ୍ଞାନ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତାର ଅଦ୍ଦିମ ରାଉଣ୍ଡ ପାଇଁ ସାହାଜାହାନ୍ ଅଲ୍ଲୀ ଖାନ୍, ଚିନ୍ମୟୀ ମହାପାତ୍ର, ଶ୍ରୀ ରାଜେଶ ମଇତି, ନମ୍ରତାମୟୀ ସ୍ୱାଇଁ ଏବଂ ଆଦ୍ରିକା ବାନାର୍ଜୀ ଯୋଗ୍ୟତା ଅର୍ଜନ କରିଛନ୍ତିି । ଜୁଲାଇ ୨୦୨୦ ରେ ଅନୁଷ୍ଠିତ ହେବାକୁ ଥିବା ଅଦ୍ଦିମ ପ୍ରତିଯୋଗିତାରେ ଏହି ଛାତ୍ରମାନଙ୍କୁ ସାର୍ଟିଫିକେଟ୍ ପୁରସ୍କାର ପ୍ରଦାନ କରାଯିବ । ସୋସାଇଟି ଫର ପ୍ରମୋସନ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଇନ୍ ଇଣ୍ଡିଆ ଦ୍ୱାରା ଆୟୋଜିତ କୋଭିଡ୍-୧୯ ସମ୍ବନ୍ଧୀୟ ପ୍ରବନ୍ଧ ପ୍ରତିଯୋଗିତାରେ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଗୀତାଳି ଶର୍ମା ବିଜୟୀ ହୋଇଛନ୍ତି ।