Odisha news

ଭଦ୍ରକ : “ସ୍ୱରାଜ ବାର୍ତ୍ତା’ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

0

ଭଦ୍ରକ : ବିଶ୍ୱର ମହାମାରୀ କରୋନା ସମୟରେ ନିଜ ଜୀବନକୁ ଖାତିର ନକରି ସମାଜସେବା କରୁଥିବା ସଂଗଠନର ମୁଖ୍ୟମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ଦିଆଯାଇଛି । ଇଂ.ଅଭୟ ସୂତାରଙ୍କ ସଭାପତିତ୍ୱରେ ପ୍ରତିଷ୍ଠାତା ନୃସିଂହଚରଣ ଖିଲାର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନମନ୍ତ୍ରୀ ମନମୋହନ ସାମଲ, ମୁଖ୍ୟବକ୍ତା ଭାବେ ଉକିଳ ସମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ,ବିଶିଷ୍ଟ ଅତିଥି ଭାବେ ଅଧ୍ୟାପକ ନିହାର ରଂଜନ କର,ରାଜ୍ୟ ବିଜେଡି ମହିଳା ଉପସଭାନେତ୍ରୀ ସରୋଜିନୀ ରାଜ୍‍ ପ୍ରମୁଖ ଯୋଗଦେଇ ସ୍ୱରାଜବାର୍ତ୍ତା ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନୀତ କରିଥିଲେ ।

ମୁଖ୍ୟ ସଂପାଦକ ରବିନାରାୟଣ ଖିଲାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଚିତ୍ରଶିଳ୍ପୀ ପ୍ରଭାତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ସଂପାଦକ ରେଣୁବାଳା ଖିଲାର ଓ ମୁଖ୍ୟସଂପାଦକ ଶ୍ରୀ ଖିଲାରଙ୍କର ୨୫ତମ ବିବାହ ବାର୍ଷିକ ତଥା ରୋððପ୍ୟ ଜୟନ୍ତୀ ଉସିବ ପାଳନ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରାଯିବା ସହିତ ସନିଟାଇଜେସନ କରା ଯାଇଥିଲା । ଶିକ୍ଷାବିତ ରମେଶ ଦତ୍ତ,କବି ସଦାନନ୍ଦ ସାହୁ,ରମେଶ ସ୍ୱାଇଁ, ବିଜୟ ବହଳୀ, ନାରାୟଣ ପ୍ରଧାନ, ରଘୁନାଥ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ ।

ଶିକ୍ଷକ ବୈକୁଣw ବିଶ୍ୱାଳ,କନକଲତା ଖିଲାର, ସାମ୍ବାଦିକ ସନ୍ତୋଷ ଦାସ,ଜଗନ୍ନାଥ ବେହେରା, ପ୍ରଭାକର ନାୟକ, ଦୀପକ ସେନ, ବିକାଶ ସାହୁ, ରାଜନାରାୟଣ ଖିଲାର, ଗୋପବନ୍ଧୁ ବାରିକ, ରାଜେନ୍ଦ୍ର ଶତପଥି,ଦୁଯେର୍‍ୟାଧନ ଲେଙ୍କା, ପ୍ରମୁଖ ସଂଯୋଜନା କରିଥିଲେ । ଶେଷରେ କରୋନା ଯୋଦ୍ଧା ସମ୍ମାନୀତ କରା ଯାଇଥବା ସଂଗଠନ ଓ ବ୍ୟକ୍ତି ମାନଙ୍କ ମଧ୍ୟରେ ଅଛନ୍ତି ରେଟାରିଆନ ଅତିସ ବେହେରା, ବରିଷ୍ଠ ନାଗରିକ ସଦାନନ୍ଦ ସାହୁ, ନାଟ୍ୟକାର ନିର୍ମଳ ରାଉତ, ସେ୍ୱଚ୍ଛାସେବୀ ଅପୂର୍ବରଂଜନ ବେହେରା, ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢୀ, ଯାଦବ ନେତା ହରେକୃଷ୍ମ ପଲେଇ, କୃଷ୍ଣଚନ୍ଦ୍ର ବେହେରା, ନାରୀନେତ୍ରୀ ଦୀପାଳି ମିଶ୍ର, ନାରୀନେତ୍ରୀ କଳ୍ପନା ଜେନା, ଅଂଜନା ମିଶ୍ର, ଉପସଭାନେତ୍ରୀ ଚୈତାଳି ଖିଲାର, ମନୋରମା ରାୟ, ସାମ୍ବାଦିକ ଅଭୟ ସାହୁ, ଲିପିକା ରାଉତ ପ୍ରମୁଖଙ୍କୁ ସମ୍ମାନୀତ କରା ଯାଇଥିଲା । ଶୈଷରେ ଯଥାରୀତି ନିତି ଅନୁଯାୟୀ ଶ୍ରୀ ଖିଲାର ଦମ୍ପତିଙ୍କୁ ସମସ୍ତେ ଶୁଭେଚ୍ଛା ପ୍ରଦାନ କରିଥିଲେ ।

Leave A Reply