Odisha news

ଡକାୟତୀ ଉଦ୍ୟମ ବେଳେ କୋରେଇ ପୁଲିସ ଦ୍ୱାରା ୫ ଡକାୟତ ଗିରଫ

0

କୋରେଇ : କୋରେଇ ଥାନା ଅର୍ନ୍ତଗତ କନ୍ତର ହାଟ ନିକଟରେ ୫ ଜଣ ଡକାୟତ ଦଳ ଡକାୟତୀ କରିବାକୁ ଉଦ୍ୟମ କରୁଥିବା ବେଳେ କୋରେଇ ପୁଲିସ ସେମାନଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାଅସ୍ତ୍ର ଜବଦ କରିଛି । ସୁଚନା ଥାଉକି ଗତ କାଲି ବିଳମ୍ବିତ ରାତିରେ କୋରେଇ ପୁଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ କନ୍ତର ହାଟ ନିକଟରେ ଡକାୟତ ଦଳ ଡକାୟତୀ କରିବାକୁ ଉଦ୍ୟମ କରୁଥିବା ଖବର ପାଇ ପୁଲିସ ସେଠାରେ ପହଁଚି ଚଢାଉ କରିଥିଲା ।

ଏହି ଚଢାଉରେ କୋରେଇ ପୋଲିସ ୫ ଜଣ ଙ୍କୁ କାବୁ କରିବା ରେ ସଫଳ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାଅସ୍ତ୍ର ଜବଦ କରିଥିଲା । ଏହି ଡକାୟତ ଦଳ ରେ ୪ ଜଣ କୋରେଇ ଥାନା ଅର୍ନ୍ତଗତ ପୂର୍ବ କୋଟ ଅଂଚଳର ମୁରଲି ଦାସ, ମାଇକେଲ ଗଣପତି, ମାଇକେଲ ଜଗନ୍ନାଥ, ଚିରଞ୍ଜିବି ଦାସ ହୋଇଥିବା ବେଳେ ଜଣେ ସହଁଗାର ସାମନ୍ତ ଦାସ ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ କୋରେଇ ପୁଲିସ ୫ ଟି ଅଫୁଟା ବୋମା ସହିତ ଗୋଟିଏ ଖଣ୍ଡା ଓ କତା ଜବଦ କରିଥିଲା ।

ଏହି ଘଟଣାକୁ କେନ୍ଦ୍ର କରି କୋରେଇ ପୁଲିସ ଦଫା ୩୯୯/୪୦୨ ଆଇ.ପି.ସି /୨୫ ଆରମ୍ସ ଆକ୍ଟ ୯ (ବି) ଏକ୍ସପ୍ଲୋସିଭ ଆକ୍ଟ ରେ କଦମା ସଂଖ୍ୟା ୫୮/୨୦ ରେ ମାମାଲା ରୁଜୁକରି ୫ଜଣ ଙ୍କୁ କୋର୍ଟ ଚାଲାଣ କରିଛି । ଏହି ଚଢାଉରେ କୋରେଇ ଥାନା ଅଧିକାରୀ ରଂଜିତ କୁମାର ମହାନ୍ତିଙ୍କ ସହିତ ଏ.ଏସ.ଆଇ ମଦନ ମୋହନ ମଲ୍ଲିକ, ଶଲିଳ ମଲ୍ଲିକ, କନେଷ୍ଟବଳ ଜୟରାମ ପଣ୍ଡା, ଓପିଏଫ ବିନୋଦ ପ୍ରଧାନ, ମାଣିକ ପୁଙ୍କେଲ ଉପସ୍ତିତ ଥିଲେ ।

Leave A Reply