କୋଣାର୍କ- କଣ ହେବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଭବିଷ୍ୟତ?କିପରି ଦିଆଯାଇ ପାରିବ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସଂରକ୍ଷଣ? ସେଥିପ୍ରତି ଧ୍ୟାନ ଦେଇ ଏକ୍ସପର୍ଟ ବିଶେଷଜ୍ଞ ଟିମ ସହ ଏ.ଏସ.ଆଇ ତାର କାର୍ଯ୍ୟ ଚାଲୁ ରଖିଛି । ସୂର୍ଯ୍ୟମନ୍ଦିର ର ଜଗମୋହନ ସହ ଗର୍ତ ଗୃହ ର ଆଭ୍ୟନ୍ତରୀଣ ସ୍ତିତି କୁ ଶନିବାର ଦିନ ୨ ଟି ଡୋ୍ରନ ଉଡାଇ ଜଗମୋହନ ଉପରକୁ ମୁମ୍ବାଇ ରୁ ଆସିଥିବା ସ୍ପେନ ର ବିଶେଷଜ୍ଞ ଟିମ ସହ ଏ.ଏସ.ଆଇ ର ଭୂବନେଶ୍ୱର ସର୍କଲ ସୁପରିଟେଣ୍ଡଟ ଅରୁଣ କୁମାର ମଲ୍ଲିକ ଯାଇ ୩ଡି ଲେଜର ସ୍କାନ ମାଧ୍ୟମରେ ଆଭ୍ୟନ୍ତରିଣ ଫଟୋ ଉତୋଳନ କରି ପଥର ର କିପରି ଅବସ୍ଥା ଅଛି ତାହାକୁ ତଦାରଖ କରିଛନ୍ତି ।
ତାହା ଛଡା ମନ୍ଦିର ର ଗର୍ତଗୃହ ଭିତରେ ୧୯୦୩ ମସିହା ବି୍ରଟିଶ ଶାସନ କାଳରୁ ଭର୍ତି କରାଯାଇଥିବା ବାଲିର ଅବସ୍ଥା ଓ ଏହା କେତେ ପରିମାଣ ରେ ଦବିଛି ତାହାକୁ ମଧ୍ୟ ଡୋ୍ରନ ଉଡାଇ ଲେଜର ସ୍କାନ ମାଧ୍ୟମରେ ନିରୀକ୍ଷଣ କରାଯାଇଛି । ଯଦି ଆବଶ୍ୟକ ହୁଏ ତାହାଲେ ଏହି ଗର୍ତଗୃହର ଭିତରେ ମନ୍ଦିରର ସୁରକ୍ଷା ପାଇଁ ହାଲୁକା ବାଲି ଦବିବା ସ୍ଥାନରେ ଦିଆଯିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତାହା ଛଡା ଶନିବାର ଦିନ ସୂର୍ଯ୍ୟମନ୍ଦିର ର ଦକ୍ଷିଣ ଦ୍ୱାର ଓ ଉତର ଦ୍ୱାର ରେ ଥିବା ପିଢା କୁ ସଂଯୋଗ କରି ଦୁଇଟି କଳଙ୍କୀ ବିହିନ ଷ୍ଟିଲ ବିମ ଲଗାଯାଇଛି ଯାହା ଦ୍ୱାରା ମନ୍ଦିର ଜଗମୋହନ ର କିଛି କ୍ଷତି ହୋଇ ପାରିବ ନାହିଁ ।
ପର୍ଯ୍ୟାୟ କ୍ରମେ ଦରକାର ପଡିଲେ ଆଉ ଅଧିକ ବିମ ମନ୍ଦିରର ପିଢା କୁ ସଂଯୋଗ କରି ଲଗାଯିବ ବୋଲି ଏ.ଏସ.ଆଇ ସୂଚନା ଦେଇଛି । ଏହି ୮୦୦ ବର୍ଷର କିର୍ତୀରାଜ କୁ କିପରି ସମ୍ପୂର୍ଣ୍ଣ ସୁରକ୍ଷା ଓ ସଂରକ୍ଷଣ କରାଯାଇ ପାରିବ ସେଥିପାଇଁ ବମ୍ବେ ରୁ ଆସିଥିବା ସ୍ପେନ ବିଶେଷଜ୍ଞ ମାନେ ପୁରା ମନ୍ଦିର କୁ ଡୋ୍ରନ ମାଧ୍ୟମରେ ଲେଜର ସ୍କାନିଂ କରି ମନ୍ଦିରର ସମସ୍ତ ସୂକ୍ଷ୍ମ କାରୁକାର୍ଯ୍ୟ ଭଙ୍ଗୀ ପଥରର ସ୍ଥିତି ନିରୂପଣ କରୁଛନ୍ତି ।