Odisha news

ଆମ୍ବେଦକର ନଗରରେ କୁଅ ଭିତରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର

0

ଫୁଲବାଣୀ:ଆଜି ଫୁଲବାଣୀ ଆଦର୍ଶ ଥାନା ଅଂଚଳର ଫୁଲବାଣୀସାହି ନିକଟସ୍ଥ ଆମ୍ବେଦକର ନଗରଠାରେ ଥିବା ଗୋଟିଏ କୁଅ ଭିତରୁ ଜଣେ ଯୁବକର ଗଳିତ ଶବ ଉଦ୍ଧାର କରିଛି ପୁଲିସ । ମୃତ ବ୍ୟକ୍ତିର ଚିହ୍ନଟ ହୋଇନଥିବା ଜଣାପଡିଛି । ପୁଲିସ ସେଠାରେ ପହଂଚି ଫୁଲବାଣୀ ଅଗ୍ନିଶମ ବିଭାଗର ସହାୟତାରେ କୁଅ ଭିତରୁ ଶବକୁ ବାହାର କରିବା ପରେ ଶବକୁ ବ୍ୟବଛେଦ ପାଇଁ ପଠାଇବାସହିତ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ଘଟଣା ହୋଲି ବେଳର ବୋଲି ଅଂଚଳର ଲୋକେ ସନେ୍ଦହ କରୁଥିବା ଜଣାପଡିଛି । ସେହି ଦିନ ସେଠାରେ କିଛି ଯୁବକ ହୋଲି ଖେଳୁଥିବାବେଳେ କୌଣସି କାରଣ ବସତଃ ଏହି ଘଟଣା ଘଟିଥିବା ସଂନେ୍ଦହ କରାଯାଉଛି । ତେବେ କୁଅଟି ଜଣେ ଲୋକର ବାରିପଟରେ ଥିବାବେଳେ ସେହି ଘରେ କେହି ରହିନଥିବାରୁ ଏହାବାବଦରେ କେହି ଯାଣି ପାରିନଥିବା ଲୋକେ କହୁଛନ୍ତି । ତଦନ୍ତ ପରେ ଘଟନାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ସୁତ୍ରରୁ କୁହାଯାଇଛି ।

Leave A Reply

Your email address will not be published.