କୋରାପୁଟ ସଦର ପୋଲିସ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଥିବା ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଡ଼ାଗଡର ପ୍ରଶାନ୍ତ ଖୋସଲା ଓ ନାରାୟଣପାଟଣା ଥାନା ଅନ୍ତର୍ଗତ ଟଭାପଦର ଗ୍ରାମର ଅମର ମହାନନ୍ଦିଆ ପୋଡାଗଡର ବ୍ୟବସାୟୀ ଅଶ୍ଵିନୀ କୁମାର ପାତ୍ରଙ୍କୁ ସିପିଆଇ ମାଓବାଦୀ ନାମରେ ଏକ ଚିଠି ପ୍ରେରଣ କରି ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିବା ସହ ନ ଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ। ଏ ସଂପର୍କରେ ଅଶ୍ଵିନୀ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦାମନଯୋଡି ଇନଟାକ ରୋଡରୁ ଦୁଇଜଣଙ୍କୁ ପୋଲିସ ଗିରଫ କରିଥିଲା ବୋଲି ସେ ସୂଚନା ଦେଇଛନ୍ତି।
ଗୋଟିଏ ନମ୍ୱର ବିହୀନ କାର , ତିନୋଟି ରେନିକୋଟ, ଦୁଇଟି ମୋବାଇଲ ୪୦ ହଜାର ଟଙ୍କା ଏବଂ ଗୋଟିଏ ସିପିଆଇ ମାଓବାଦୀ ନାମରେ ଲେଖାଯାଇଥିବା ଚିଠି ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ୱାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି।ଏହି ସାମ୍ୱାଦିକ ସମ୍ମିଳନୀରେ ଇନ୍ସପେକ୍ଟର କିରଣ ବାଲା ସାମଲ ଓ ସବ ଇନ୍ସପେକ୍ଟର ପ୍ରଫୁଲ୍ଲ କୁମାର ପାତ୍ର ଉପସ୍ଥିତ ଥିଲେ।
