Odisha news

କୋଣାର୍କ ସମବାୟ ସମିତି ସଭାପତି ନିର୍ବାଚନ ରେ ବିଜେଡି ସମର୍ଥିତ ସଭାପତି “ଅଜୟ ବେହେରା ” ବିଜୟୀ

0
କୋଣାର୍କ:- ୬/୭ ଦ୍ୱିତୀୟ ପର୍ଯ୍ୟାୟର ସମବାୟ ସମିତି ନିର୍ବାଚନ ରେ କୋଣାର୍କ ସମବାୟ ସମିତି ର ବିଜେଡି ସମର୍ଥିତ ପାର୍ଥି ଙ୍କ ବାଜିମତ ପରେ ଆଜି ବୁଧବାର ସଭାପତି ନିର୍ବାଚନ ର ପ୍ରକ୍ରିୟା ଆରମ୍ଭ ହୋଇଥିଲା ଅଶ୍ଵିନି କାନ୍ତ ସେଠୀ  ଙ୍କ ଉପସ୍ଥିତି ରେ ଆଜି ସଭାପତି ନିର୍ବାଚନ ନିମନ୍ତେ ପାର୍ଥି ପତ୍ର ଦାଖଲ ପକ୍ରିୟା ସଖାଳ ୧୦ ଘଣ୍ଟିକରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ମାତ୍ର ଶେଷ ପର୍ଯ୍ୟନ୍ତ କେବଳ କରମଙ୍ଗା  ୫ ନମ୍ବର ଜୋନ୍ର ର ପାର୍ଥି ଅଜୟକୁମାର ବେହେରା ଏକ ମାତ୍ର ପାର୍ଥି ଭାବେ ନିଜର ପାର୍ଥିପତ୍ର ଦାଖଲ କରିଥିଲା ବେଳେ ।
ଅନ୍ୟ କୌଣସି ପାର୍ଥି ସଭାପତି ନିମନ୍ତେ ନିଜର ପାର୍ଥିପତ୍ର ଦାଖଲ କରିନଥିଲେ ।ଫଳରେ ଇଲେକ୍ସନ ଅଫିସର ଶ୍ରୀ ସେଠୀ ବିଜେଡି ସମର୍ଥିତ ପାର୍ଥି  ଅଜୟ ବେହେରାଙ୍କୁ ଅପ୍ରଦ୍ବନ୍ଦି ଭାବେ  ନିର୍ଦ୍ୱନ୍ଦ ରେ କୋଣାର୍କ ସମବାୟ ସମିତିର ସଭାପତି ଭାବେ ବିଜୟୀ ସରକାରୀ ଭାବେ ଘୋଷଣା କରିଥିଲେ ।ସଭାପତି ନିର୍ବାଚନ ରେ ବିଜେଡି ର ବାଜିମାତ ପାଇଁ କୋଣାର୍କ ଏନ ଏ ଏସି ର ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଙ୍କ ସୁଚିନ୍ତିତ  ଗୋଟିଚାଳନା ପାଇଁ ଏହି ବିଜୟ ମିଳିଲା ବୋଲି ସାଧାରଣ ରେ ଚର୍ଚା ଜୋର ଧରିଛି । ଏଠାରେ ସୂଚନା ଥାଉକି ଗତ ରବିବାର ୨୬ ତାରିଖ  ଅନ୍ତିମ ପର୍ଯୟ ରେ ସାରା ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ସମବାୟ ସମିତିର ନିର୍ବାଚନ ରେ କୋଣାର୍କ ରେ ମୋଟ ୧୫ ଟି ଜୋନ ରେ ମଧ୍ୟ  ନିର୍ବାଚନ ହୋଇଥିଲା ।
ଏହି ନିର୍ବାଚନ ରେ ସମିତି ପାଇଁ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ନିର୍ବାଚିତ ହୋଇଥିଲେ।  ୧୫ ଟି ଜୋନ ମଧ୍ୟରୁ ବିଜେଡି  ସମର୍ଥିତ  ୧୩ ଟି ଜୋନ ରେ ନିଜର ପ୍ରାର୍ଥୀ ଦେଇଥିବା ବେଳେ ୨ ଟି ଜୋନ ରେ କୌଣସି ପ୍ରାର୍ଥୀ  ହୋଇନଥିଲେ। ଅବଶିଷ୍ଟ ସମସ୍ତ ୧୩ ଟି ଜୋନ ର ପ୍ରାର୍ଥୀ ମାନେ ନିର୍ବାଚନ ରେ ବିଜୟୀ ହୋଇଛନ୍ତି। ଏଥି ମଧ୍ୟରେ ୮ ଟି ଜୋନ ରେ ନିର୍ଦ୍ୱନ୍ଦ ରେ ବିିଜେଡି ସମର୍ଥିତ ପ୍ରାର୍ଥୀବିଜୟ ଲାଭ କରିଥିବା ବେଳେ ଅନ୍ୟ ୫ ଟି ଜୋନ ରେ ପ୍ରତ୍ୟକ୍ଷ ନିର୍ବାଚନ ରେ ମଧ୍ୟ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଥିଲେ।
Ad2
Leave A Reply