Odisha news

ଭିକ୍ଷା ବୃତ୍ତିରେ ନିୟୋଜିତ ଦୁଇ ନା’ବାଳିକାଙ୍କୁ ଚଣ୍ଡିଖୋଲରୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ଟିମ

0

ଚଣ୍ଡିଖୋଲ,୬/୭ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବଜାରରେ ଭିକ୍ଷା ବୃତ୍ତିରେ ନିୟୋଜିତ ଥିବା ଦୁଇଜଣ ନା’ ବାଳିକାଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଟିମ ବୁଧବାର ଦିନ ଉଦ୍ଧାରକରି ଯାଜପୁର ସ୍ଥିତ ଶିଶୁ ପରିଚର୍ଯ୍ୟା କେନ୍ଦ୍ରକୁ ନେଇ ସେମାନଙ୍କୁ ଥଇଥାନ କରିଛନ୍ତି! ବାହାର ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର କେତେକ ନା’ବାଳକ ଓ ନା’ବାଳିକା ଚଣ୍ଡିଖୋଲ ବଜାରରେ ଦୈନିକ ଭିକ୍ଷାବୃତ୍ତି କରୁଥିବା ନେଇ ଅଭିଯୋଗ ହୋଇଥିଲା! ଏହାକୁ ଗୁରୁତର ଭାବେ ଗ୍ରହଣକରି ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ନେତୃତ୍ୱରେ ବୁଧବାର ଦିନ ପୋଲିସ ଓ ଶିଶୁ ସୁରକ୍ଷା ଅଧିକାରୀ ମାନେ ମିଳିତଭାବେ ଚଣ୍ଡିଖୋଲ ବଜାରରେ ଚଢାଉ କରିଥିଲେ! ଚଢାଉ ସମୟରେ ତିନିଜଣ ନା’ବାଳିକା ଭିକ୍ଷାବୃତ୍ତିରେ ନିୟୋଜିତ ଥିବା ଠାବ କରିଯାଇଥିଲା! ତେବେ କୌଶଳକରି ଜଣେ ନା’ବାଳିକା ଖସିଯାଇଥିଲା ବେଳେ ଅନ୍ୟ ଦୁଇଜଣଙ୍କୁ ଅଧିକାରୀ ମାନେ ଉଦ୍ଧାର କରିଥିଲେ!

ଉଦ୍ଧାର ହୋଇଥିବା ଦୁଇ ଜଣ ନା’ବାଳିକାଙ୍କ ମଧ୍ୟରୁ ଜଣଙ୍କ ଘର ଚଣ୍ଡିଖୋଲ ଉପକଣ୍ଠ ଶୁଭଦ୍ରାପୁର ହୋଇଥିଲାବେଳେ ଅନ୍ୟ ଜଣଙ୍କ ଘର ଚଣ୍ଡିଖୋଲ ମୁଣ୍ଡାସାହିରେ ବୋଲି ଜଣାପଡିଛି!ସେଥିରୁ ଜଣଙ୍କ ବୟଷ ୧୨ବର୍ଷ ହୋଇଥିଲା ବେଳେ ଅନ୍ୟଜଣେ ନା’ବାଳିକାର ବୟଷ ୯ ବର୍ଷ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କର ସୂଚନା ଦେଇଛନ୍ତି!ଅଜିର ଚଢାଉରେ ଶ୍ରୀ କରଙ୍କ ସହିତ ବଡଚଣା ଥାନା ଅଧିକାରୀ ସୁଶିଲକୂମାର ନାୟକ,ଜିଲ୍ଲା ଶିଶୁ ସୁରକ୍ଷା କମିଟି ସଭ୍ୟ ଡ ରୁଦ୍ର ନାରାୟଣ ପୃଷ୍ଟି, ଧର୍ମଶାଳା ବ୍ଳକ ସିଡିପିଓ ସଞ୍ଜୁକ୍ତା ସାହୁ ପ୍ରମୁଖ ସାମିଲ ଥିଲେ! ଏହି ନା’ବାଳିକା ମାନେ ଉଦ୍ଧାର ହେବାପରେ ଥାନା ଅଧିକାରୀ ଶ୍ରୀ ନାୟକ ସେମାନଙ୍କୁ ନୂଆ ଡ୍ରେସ ଓ ଯୋତା ବିନ୍ଧାଇ ଥିଲାବେଳେ ସିଡିପିଓ ସେମାନଙ୍କୁ ଭଲ ଖାଦ୍ୟ ଖୁଆଇଥିଲେ! ଉଦ୍ଧାର ହୋଇଥିବା ଦୁଇ ନା’ବାଳିକା ବେସ ଖୁସି ଥିବା ସାଙ୍ଗକୁ ସେ ପାଠ ପଢିବାକୁ ଆଗ୍ରହୀ ଥିବା ଶିଶୁ ସୁରକ୍ଷା ଅଧିକାରୀ ମାନେ ପ୍ରକାଶ କରିଛନ୍ତି! ଜିଲ୍ଲାର ସବୁ ଅଞ୍ଚଳରେ ଏପରି ଚଢାଉ ଯାରୀ ରଖିବାକୁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଦେବାପରେ ଏହି ଚଢ଼ାଉ ଆରମ୍ଭ ହୋଇଛି ଓ ଆଗକୁ ପୁରା ଜିଲ୍ଲାରେ ଏପରି ଚଢାଉ ଅବ୍ୟାହତ ରହିବ ବୋଲି ସୂଚନା ମିଳିଛି!

Ad2
Leave A Reply