Odisha news

ଅସହାୟ ବୃଦ୍ଧାଙ୍କୁ ଭତ୍ତା ପ୍ରଦାନ କଲେ ଵିଡ଼ିଓ। 

0
କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମପଞ୍ଚାୟତର କାଇମାଟି ଗ୍ରାମର ବସନ୍ତ ନାୟକଙ୍କୁ ଗୋଷ୍ଠୀ ବେତାର ରେଡିଓ ନମସ୍କାର ମାଧ୍ୟମରେ ଖବର ପ୍ରସାରିତ ହେବା ପରେ କାକଟପୁର ବ୍ଲକ ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ ପହଞ୍ଚି ବୃଦ୍ଧା ମହିଳାଙ୍କୁ ତାଙ୍କ ଘରେ ଭତ୍ତା ପ୍ରଦାନ କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ବସନ୍ତ ନାୟକ ଜଣେ ଅସହାୟ ବିଧବା ମହିଳା। ଏହି ମହିଳାଙ୍କ ପରିବାର କହିଲେ ପୁଅ ବୋହୂ ସମସ୍ତେ ଥିଲେ ମଧ୍ଯ ସଂପୃକ୍ତ ବୃଦ୍ଧା ବିଧବା ମହିଳାଙ୍କୁ ଛାଡି ସେମାନେ ଅନ୍ୟତ୍ର ରହୁଛନ୍ତି। ବୃଦ୍ଧା ବିଧବା ମହିଳା ବସନ୍ତ ନାୟକଙ୍କ ବୟସ ୮୩ ବର୍ଷ। ଆହା ପଦେ କହିବାକୁ ତାଙ୍କ ପାଖରେ କେହି ନାହାନ୍ତି। ଏହି କାରଣରୁ ସଂପୃକ୍ତ ବିଧବା ମହିଳା ବସନ୍ତ ନାୟକ ଭତ୍ତା କିମ୍ବା ରାସନ ସାମଗ୍ରୀ ଆଣିବା ପାଇଁ କୁରୁଜଙ୍ଗ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ କୁ ଯାଇ ପାରନ୍ତି ନାହିଁ। ଏହି ଘଟଣା ସମ୍ପର୍କରେ ରେଡିଓ ନମସ୍କାର ଗୋଷ୍ଠୀ ବେତାର ମାଧ୍ୟମରେ ଖବର ପ୍ରଚାରିତ ହେବା ପରେ କାକଟପୁର ବ୍ଲକ ବିଡିଓ ଶୁକ୍ରବାର ପୂର୍ବାହ୍ନ ସମୟରେ ବୃଦ୍ଧା ବିଧବା ମହିଳା ବସନ୍ତ ନାୟକଙ୍କ କାଇମାଟି ସ୍ଥିତ ବାସଭବନରେ ପହଞ୍ଚି ସଂପୃକ୍ତ ବିଧବା ମହିଳାଙ୍କୁ ୩ମାସର ୧୫୦୦ ଭତ୍ତା ଟଙ୍କା ପ୍ରଦାନ କରିଥିଲେ। ବକେୟା ରାସନ ସାମଗ୍ରୀ ସମେତ ଅନ୍ୟାନ୍ୟ ସରକାରୀ  ସହାୟତା ଖୁବଶୀଘ୍ର ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କାକଟପୁର ବ୍ଲକ ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ କହିଛନ୍ତି। ଏଥିପାଇଁ କୁରୁଜଙ୍ଗ ଗ୍ରାମପଞ୍ଚାୟତର ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ରେଡିଓ ନମସ୍କାରର ପ୍ରଶଂସା କରାଯାଇଛି।

Leave A Reply