କୋଣାର୍କ:-୧୪/୫ ଗତକାଲି ବିଳମ୍ବିତ ରାତିରେ କୋଣାର୍କ ବଜାର ସ୍ଥିତ ମେଡ଼ିକାଲ ଛକ ନିକଟରେ ଥିବା ରାମ ମନ୍ଦିର ରୁ କେହି ଅଜଣା ଦୁର୍ବୁର୍ତ୍ତ ମନ୍ଦିର ଗେଟ ତାଲା ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିବା ସହ ମନ୍ଦିର ର ହୁଣ୍ଡି ଭାଙ୍ଗି ଦୀର୍ଘ ୩ ବର୍ଷ ର ଥିବା ସମସ୍ତ ଟଙ୍କା ଲୁଟ କରି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ରାତି ରେ ମନ୍ଦିର ରେ ସମସ୍ତ ନୀତିକାନ୍ତି ସରିବା ପରେ ମନ୍ଦିର ବନ୍ଦ କରାଯାଇଥିଲା ମାତ୍ର ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ଆସି ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ସକାଳୁ ପୂଜା ପାଇଁ ଗେଟ ଖୋଲିବା ପରେ ଦେଖିବାକୁ ମିଳିଥିଲା।ତେବେ ତୁରନ୍ତ ମନ୍ଦିର ର ପୂଜକ ଏନେଇ କୋଣାର୍କ ଥାନା କୁ ଜଣାଇଥିଲେ ଓ ପରେ ଏନେଇ ରାମମନ୍ଦିର କମିଟି ର ସଭାପତି ଗୋବର୍ଦ୍ଧନ ବିଶ୍ୱାଳ ଲିଖିତ ଭାବେ କୋଣାର୍କ ଥାନାରେ ଲୂଟ ହୋଇଥିବା ଲକ୍ଷାଦିକ ଟଙ୍କା ର ସବିଶେଷ ତଥ୍ୟ ଜଣାଇଥିଲେ । ଖବର ପାଇ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଅଧିକ ତଦନ୍ତ କରି ଫେରିଥିବା ପରେ ଖୁବ ଶୀଘ୍ର ଦୋଷୀ କୁ ଧରିବାକୁ ପ୍ରତିଶ୍ରୁତି ଦେଇଥିଲେ। । କୋଣାର୍କ ଅଂଚଳରେ ଏବେ ଗୋଟେ ପରେ ଗୋଟେ ଚୋରି ଘଟଣା କୁ ନେଇ ନିଶାଡୀ ଙ୍କ ସମ୍ପୂକ୍ତି କୁ ନେଇ ସାଧାରଣରେ ଚିନ୍ତାପ୍ରକଟ କରିଛନ୍ତି କୋଣାର୍କବାସୀ ।
