ତା 14.05.2022 ରିଖ ଶନିବାର ବ୍ରହ୍ମପୁର ମହାନଗର ନିଗମ ପରିସରରେ ବ୍ରହ୍ମପୁର ଜନସାଧାରଣ ଙ୍କ ସୁବିଧା ପାଇଁ ଦୁଇ ଗୋଟେ ଶବ ବାହକ ଗାଡି ଅର୍ଥାତ ସ୍ୱର୍ଗ ରଥ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଙ୍କ ବିଧାୟକ ପାଣ୍ଠି ରୁ ଜନସାଧାରଣ ଙ୍କୁ ଲୋକଅର୍ପିତା କରାଗଲା, ଉକ୍ତ ଲୋକାର୍ପଣ ଉତ୍ସବ ରେ ବ୍ରହ୍ମପୁର ସାଂସଦ ତଥା ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଳାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିସନେର ଶ୍ରୀଯୁକ୍ତ ସି୍ଧେଶ୍ୱର ବଳିରାମ ବୋନ୍ଦର, ଡେପୁଟି ମେୟର ବିବେକ ରେଡି ଙ୍କ ସହ ସମସ୍ତ କର୍ପୋରେଟର,ମହାନଗର ନିଗମ ର ସମସ୍ତ ପଦଅଧିକାରୀ ଯୋଗ ଦେଇ ଶୁଭଆରମ୍ଭ କରିଥିଲେ ଏଥିରେ ଯୁବ, ଛାତ୍ର, ମହିଳା, ଏବଂ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ସହଯୋଗ କରିଥିଲେ l
ଏହା ସହିତ ପ୍ରଥମ ପର୍ଯ୍ୟୟ ରେ ଦୁଇଟି ଶବ ବହକା ଗାଡି ଏବଂ ପୂର୍ବରୁ ଗୋଟିଏ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଆମ୍ବୁଲାନ୍ସ ଲୋକର୍ପଣ କରାଯାଇଛି…. ଆଗାମୀ ଦିନରେ ଆଉ ଦୁଇଟି ଶବ ବହକା ଗାଡି ଲୋକାର୍ପଣ କରାଯିବ ବୋଲି ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ସୂଚନା ଦେଇଛନ୍ତି…..
