ଵ୍ରହ୍ମପୁର , ୧୪/୫- ବଡବ୍ଜ଼ାର ଥାନା ଅନ୍ତର୍ଗତ ଲଷ୍ମୀନୃସିଂହ ସାହିରେ ରହୁଥିବା ଶରତ ଜେନାଙ୍କ ପୁଅ ପ୍ରମୁଖ ଜେନା (୨୧) ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ଜବତ କରି ଏସଂକ୍ରାନ୍ତରେ ୧୧/୨୨ ରେ
ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରମୁଖ ଜଣେ ଝିଅକୁ ଭଲ ପାଉଥିଲେ। କୌଣସି କାରଣରୁ ପ୍ରମୁଖ ପ୍ରେମରେ ବିଫଳ ହେବା ପରେ ସେ ଏଭଳି ଭାବେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ସମ୍ପୃକ୍ତ ଯୁବତୀ ସହ ୱାଟସ ଆପରେ ଅନେକ ଥର କଥାବାର୍ତ୍ତା ହୋଇଥିଲା। ଆତ୍ମହତ୍ୟାରଏକ ଡେମୋ ଯୁବତୀଙ୍କୁ ୱାଟସ ଆପରେ ପଠାଇଥିବା ନେଇ ଯୁବକଙ୍କ ଜବତ ମୋବାଇଲରୁ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଛି। ସୂଚନା ଅନୁଯାଇ ପ୍ରମୁଖ ଜେନା ଵ୍ରହ୍ମପୁରରେ ଥିବା ଏକ କମ୍ପ୍ୟୁଟର ଦୋକାନରେ ଟେକ୍ନିସିଅନ ଭାବେ କାମ କରୁଥିଲେ। ତାଙ୍କର ଏକ ଝିଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ସମ୍ପୃକ୍ତ ଯୁବତୀ ଜଣଙ୍କ ପ୍ରମୁଖଙ୍କ ଠାରୁ ଦୂରେଇ ରହିଥିଲେ। ଫଳରେ ପ୍ରମୁଖ ଜେନା ମାନସିକ ଦୁଶ୍ଚିନ୍ତାରୁ ଏଭଳି ଭାବେ ଶୁକ୍ରବାର ରାତ୍ର ଆତ୍ମହତ୍ୟା କରିଥିବା ପୋଲିସ ସନ୍ଧେହ କରୁଛି।