Odisha news

ସାମ୍ବାଦିକ ମୂରଲୀଧର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

0

ଖଇରା-୧୪/୦୫ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବିଶିଷ୍ଟ ଚିତ୍ରକର ତଥା ସାମ୍ବାଦିକ ମୁରଲୀଧର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମୃତିସଭା ଶୁକ୍ରବାର ସନ୍ଧ୍ୟାରେ ବଟେଶ୍ୱର ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି । ଖଇରା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଆୟୋଜିତ ସଭାରେ ଉକ୍ରଳବନ୍ଧୁ ପଣ୍ଡା ପୌରୋହିତ୍ୟ କରିଥିଲେ । ସମ୍ପାଦକ ବଳରାମ ଲେଙ୍କା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନାମ ଚରଣ ପଣ୍ଡା ଯୋଗ ଦେଇ ମୁରଲୀଦାସ ଜଣେ ସାହସୀ ସାମ୍ବାଦିକ ଏବଂ ସୁନାମଧନ୍ୟ ଚିତ୍ରକର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାର କହିଥିଲେ । ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ପତ୍ରୀ,ସନ୍ତୋଷ ଶତପଥି,ସରପଞ୍ଚ ଆରତି ମହାନ୍ତି,ରମାକାନ୍ତ ମହାରଣା, ଶୁକଦେବ ପଣ୍ଡା ପ୍ରମୁଖ ସ୍ୱର୍ଗତ ସାମ୍ବାଦିକ ଜଣେ ମିଷ୍ଟଭାଷି ଓ ସରଳ ସ୍ୱଭାବର ମଣିଷ ଥିବା ନେଇ ପ୍ରକାଶ କରିଥିଲେ । ଖବରଦାତା ସଞ୍ଜୟ କୁମାର ବେହେରା,ନିଶିକାନ୍ତ ମହାନ୍ତି,ଦୟାନିଧି ମହାପାତ୍ର,କିଶୋର ବେହେରା,ତପୋଧନ ବାରିକ ଓ ଛୟାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.