Odisha news

ବିଶାକ୍ତ ସାପ କାମୁଡ଼ାରେ ଜଣେ ମୃତ

0
କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ)  : ବିଶାକ୍ତ ସର୍ପ କାମୁଡାରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ମୃତକ ଜଣକ ହେଲେ ମର୍ଦକୋଟ ମହୁରୀଆ ସାହିର ଆନନ୍ଦ ପାତ୍ରଙ୍କ ପୁତ୍ର ରବୀନ୍ଦ୍ର କୁମାର ପାତ୍ର ଏବଂ ତାଙ୍କର ୫୧ ବର୍ଷ ବୟସ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ମୃତ ରବୀନ୍ଦ୍ର ରବିବାର ଅପରାହ୍ନ ୪ଟା ବେଳେ ନିଜ ଚାଷଜମିକୁ ଯାଇଥିବା ସମୟରେ ତାଙ୍କ ପାଦକୁ ଏକ ବିଷଧର ସର୍ପ କାମୁଡିଥିଲା। ତୁରନ୍ତ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖଲ୍ଲିକୋଟ ପୁଲିସ ପହଂଚି ଶବ ଜବତ କରିବା ସହ ପୋଷ୍ଟ ମୋଟାମ୍ ପାଇଁ ପଠାଇଥିବା ବେଳେ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି। ମୃତ ରବୀନ୍ଦ୍ରଙ୍କ ସ୍ତ୍ରୀ ସମେତ ଦୁଇ ଝିଅ ଏବଂ ଜଣେ ପୁଅ ଅଛନ୍ତି l
Leave A Reply