କେନ୍ଦ୍ରାପଡା ୬/୯- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଓ ବିଡିଓ ସୁଧିର କୁମାର ସିଂ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି ଯୋଜନାରେ କେଶପୁର ଗଡା ଠାରୁ ହାଟପାଟଣା ସାନବନ୍ଧ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଆକାଶୀ, ଝାଉଁ, ଶିଶୁ, ନିମ୍ବ ଓ ରାଧାଚୂଡା ପ୍ରଭୃତି ବୃକ୍ଷର ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେଶପୁର ପଂଚାୟତ ସରପଂଚ ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ଗ୍ରାମରୋଜଗାର ସେବକ ଉପେନ୍ଦ୍ର ବେହେରା, ଅକ୍ଷୟ କୁମାର ପୋଥାଳ, ମଥୁରୀ ସୂତାରଙ୍କ ସମେତ ପଂଚାୟତବାସୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here