କେନ୍ଦ୍ରାପଡା ୬/୯( ରବୀନ୍ଦ୍ର ଦାଶ ) : ଯୁକ୍ତ ଦୁଇ ଭୋକେସନାଲରେ ସର୍ବାଧିକ ୫୪୧ନମ୍ବର ରଖି ଟପର ହୋଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରେଇ ପଂଚାୟତ ମଠସାହିର ରବିନ୍ଦ୍ର ନାଥ ରାଉତଙ୍କ ଝିଅ ମୈତ୍ରୀ ରାଉତଙ୍କୁ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ତାଙ୍କ ବାସଭବନରେ ପହଁଚି ସମ୍ବର୍ଦ୍ଧିତ କରିଛନ୍ତି ।

ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ଭୋକେସନାଲ ଟପ୍ପର ମୈତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉତ୍ତୋରତ୍ତୋର ଉନ୍ନତି କାମନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ନିକିରେଇ ପଂଚାୟତ ସରପଂଚ ସନତ କୁମାର ଜେନା, କୁତୁରଙ୍ଗ ପଂଚାୟତ ସରପଂଚ ସୀତାସୁନ୍ଦରୀ ମଲ୍ଲିକ, ଆଇନଜୀବି ନିରଞ୍ଜନ ବଳ, ବଗଡା ପଂଚାୟତର ଯୁବନେତା କୈଳାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here