Odisha news

କିଡ୍ନୀ ରୋଗ ପାଇଁ ଆୟୁର୍ବେଦର ବଡ଼ ଗବେଷଣା : ଆଗକୁ ଆସିଲା ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ , ଆସନ୍ତୁ ଜାଣିବା

0

ଆୟୁର୍ବେଦରେ ଅନେକ ଗୁଡିଏ ଗମ୍ଭୀର ରୋଗର ଚିକିତ୍ସା ରହିଛି l ସେହିଭଳି କିଡ୍ନୀ ସମ୍ବଧିତ ଗମ୍ଭୀର ରୋଗର ଚିକିତ୍ସା ଆୟୁର୍ବେଦ ଔଷଧ ଦ୍ୱାରା ଠିକ କରାଯାଇ ପାରିବ ବୋଲି ଗବେଷଣାରୁ ଜଣାପଡି l ଗବେଷଣାରୁ ଜଣା ପଡିଛି ଯେ ଆଣ୍ଟିଆକ୍ସିଡେଣ୍ଟ ତତ୍ୱ ଯାହା କିଡ୍ନୀର କୋଷିକାର ମହଜୂତ ତତ୍ୱ ପତିକ୍ରିୟା ଶିଳ ପ୍ରଭାବକୁ ଦ୍ରୁତ ଗତିରେ କମ କରିଥାଏ l ଏହି ଗବେଷଣାରେ ଗବେଷକ ମାନେ କହିଛନ୍ତି ଯେ ୪ ଟି ଔଷଧୀୟ ବୃକ୍ଷ ଯାହାର ନାମ ହେଲା ବରୁଣ ,କମଳ ,ପୂର୍ଣ୍ଣନବା ଓ ରେମ୍ବଦ l ଏଥି ସହିତ ଗୋଖରୂ ନାମକ ଔଷଧୀୟ ବୃକ୍ଷ ଓ ପାଷାଣ ଭେଦ ନାମକ ଆଉ ଗୋଟିଏ ବୃକ୍ଷକୁ ସାମିଲ କରାଯିବ ପାଇଁ ଗବେଷଣା ଚାଲିଛି l

ଏହି ୪ଟି ପ୍ରଜାତିର ବୃକ୍ଷ କିଡ୍ନୀ ପାଇଁ ରାମବାଣ ବୋଲି ଗବେଷକ ମାନେ ମତ ଦେଇଛନ୍ତି l ପୂର୍ଣ୍ଣନବା ଗଛଟି ବିଶେଷ କରି ଥଣ୍ଡା ସ୍ଥାନରେ ଦେଖିବାକୁ ମିଳିଥାଏ l ଏହି ବୃକ୍ଷକୁ ନେଇ ତାର ପତ୍ରକୁ ଶୁଖାଇ ଆପଣ ଯଦି କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ତାର ପତ୍ରକୁ ମହୁ ସହିତ ସେବନ କଲେ କିଡ୍ନୀ ଜନିତ ସମସ୍ୟା ଦୂର ହେବ l ଗବେଷକ ମାନଙ୍କ ମତରେ ପଦ୍ମ ଫୁଲର ପତ୍ର କିଡ୍ନୀ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ଏହା ଆମର ମୂତ୍ର କୋଷିକା ଗିଦିକୁ ସୁସ୍ଥ ରଖିବା ସହିତ ମୁତ୍ରାଶ୍ରୟକୁ ମଧ୍ୟ ସୁସ୍ଥ ରଖିଥାଏ l ଆୟୁର୍ବେଦରେ ପଦ୍ମ ପତ୍ର ଉପରେ ଗବେଷକମାନେ ଖୁବ ଅଧିକ ଗୁରୁତ୍ୱ ଦେଇଛନ୍ତି l ବରୁଣ ଗଛ କିଡ୍ନୀ ରୋଗ ପାଇଁ ଭଲଭାବରେ ପ୍ରୟୋଗ କରାଯାଇ ପାରିବ l ବିଶେଷଜ୍ଞ ମାନଙ୍କ ମତରେ ବରୁଣ ଗଛ ପୁରାତନ କାଳର ଗୋଟିଏ ବୃକ୍ଷ ଅଟେ l

ଏହି ପତ୍ରର ରସକୁ ନିୟମିତ ଭାବରେ ସେବନ କରିବା ଦ୍ୱାରା କିଡ୍ନୀ ଜନିତ ସମସ୍ୟା ଦୂର ହେବ l କାରଣ ଏହା ପୁରୁଣା ଆୟୁର୍ବେଦ ଚିକିତ୍ସାରେ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା l ରେମ୍ବଦ ଗଛ ପୁରାତନ ଆୟୁର୍ବେଦ ଚିକିତ୍ସାରେ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର ହେଉଥିଲା l ତଥାପି ଆଜିକାଲି ଗବେଷକ ମାନେ କିଡ୍ନୀ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି l ଗବେଷଣାରୁ ଜଣା ପଡିଛି ଯେ ରେମ୍ବଦ ଗଛର ଫୁଲକୁ କିଡ୍ନୀ ରୋଗ ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଲାଭ ଦାୟକ ଅଟେ l ଏଥିରେ ରହିଥିବା ତତ୍ୱ ଗୁଡିକ କିଡ୍ନୀକୁ ସୁସ୍ଥ ରଖିବା ସହିତ ଷ୍ଟୋନ ହେବାକୁ ମଧ୍ୟ ଦେବା ନାହିଁ l ଆୟୁର୍ବେଦ ଚିକିତ୍ସା ଆଜିକାଲି ବିଶେଷ ଭାବରେ ଭାରତୀୟ ବୃକ୍ଷଲତା ଉପରେ ନିର୍ଧାରିତ ହେଉଛି ଓ ଗବେଷକ ମାନେ ଚିନ୍ତା କରିଛନ୍ତି ଯେ ଏଥିରେ ସେମାନେ ସଫଳ ହେବେ l

Leave A Reply