ଗୀତାର ଉପଦେଶରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ବ୍ୟକ୍ତି ନିଜର ଭଲ ଆଚରଣକୁ ନେଇ ଶ୍ରେଷ୍ଠ ହୋଇଥାଏ l ଆଚରଣ ସଂସ୍କାର ଅଜ୍ଞାନରୁ ତିଆରି ହୋଇଥାଏ l ସଂସ୍କାର ଯେଉଁଠି ବ୍ୟକ୍ତିକୁ ଶ୍ରେଷ୍ଠ ଆଚରଣ କରିବା ପାଇଁ ପ୍ରେରିତ କରିଥାଏ ସେଠାରେ ଜ୍ଞାନ ଓ ସଂସ୍କାରର ମିଶ୍ରଣ ବ୍ୟକ୍ତିକୁ ମହାନ କରିବାରେ ସାହାଯ୍ୟ କରେ l
* ଜ୍ଞାନୀ ମାନଙ୍କ ମତରେ ଯଦି ବ୍ୟକ୍ତି ମଧ୍ୟରେ ଭଲ ଅଭୟାସ ନାହିଁ ତେବେ ତାର ପ୍ରତିଭା ନଷ୍ଟ ହୋଇଯାଏ l ସେ ଯେତେବି ପ୍ରଭାବଶାଳୀ ଓ ପ୍ରତିଭାଶାଳୀ ହୋଇଥାଉନା କାହିଁକି ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିନଥାଏ ଓ ସମୟ ଅମାନଙ୍କର ସହାୟତା କରେ ନାହିଁ l
* ବିଦ୍ୱାନ ମାନଙ୍କ ମତରେ ଆଚରଣର ସୁନ୍ଦରତା ଗୁଣରୁ ପ୍ରତିଫଳିତ ହୋଇଥାଏ l ବ୍ୟକ୍ତିକୁ ଖରାପ ଅଭ୍ୟସରୁ ଦୁରେଇ ରହିବାର ଚେଷ୍ଟା କରିବା ଉଚିତ l କାରଣ ଭୁଲ ଅଭ୍ୟାସ ବ୍ୟକ୍ତିର ଆଚରଣରେ ଗ୍ରହଣ ଲାଗିଥାଏ l ମଣିଷ ସବୁବେଳେ ମିଛ ,ଆଳସ୍ୟ ,ନିନ୍ଦା ଓ କ୍ରୋଧ ଆଦିଠୁ ଦୁରେଇ ରହିବ ଆବଶ୍ୟକ l ଯେଉଁ ଲୋକମାନେ ଏହି ଅଭୟାସ ଠାରୁ ଦୁରେଇ ରୁହନ୍ତି ନାହିଁ ସେମାନଙ୍କୁ ଲକ୍ଷ୍ମୀଙ୍କ କୃପା ମିଳେନାହିଁ l
* ଶାସ୍ତ୍ରରେ ବର୍ଣିତ ଅଛି ଯେଉଁ ବ୍ୟକ୍ତି ସବୁବେଳେ ଅନ୍ୟମାନଙ୍କର କଲ୍ୟାଣ କରିବାର ବିଚାର ନିଜ ମନରେ ରଖିଥାଏ ସେଭଳି ବ୍ୟକ୍ତି ସବୁବେଳେ ଅନ୍ୟ ମାନଙ୍କର ନିକଟରେ ଦଣ୍ଡନୀୟ ଅଟେ l ଏଭଳି ବ୍ୟକ୍ତି ଦ୍ୱାରା କରାଯାଇଥିବା କାମରେ ଅନ୍ୟ ଲୋକମାନେ ଲାଭବାନ ହୁଅନ୍ତି l ଯେତେବେଳେ ମଣିଷ ଏହି ବିଚାରକୁ ଆପଣାଇ ତାହାକୁ କାର୍ଯ୍ୟରେ ଲଗାଏ ତାହା ଉପରେମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ l