ମହାଶିବରାତ୍ରୀ ଦିନ ମହାଦେବଙ୍କ ଦୟାରୁ କିଛି ରାଶି ଉପରେ ଅତି ସୁନ୍ଦର ଯୋଗ ରହିଛି l ଶିବ ହେଉଛନ୍ତି ନୀଳକଣ୍ଠ ,ସେ ଯେପରି ବିଶ ପାନ କରି ସମ୍ପୂର୍ଣ ବ୍ରହ୍ମାଣ୍ଡକୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ ସେହିପରି ତାଙ୍କର ଆଶୀର୍ବାଦ ଭକ୍ତଗଣ ଲାଭ କରିବେ ଶିବରାତ୍ରୀ ଦିନ l ମହାଦେବଙ୍କ ଆଶୀର୍ବାଦରୁ କିଛିଟା ରାଶି ଉପରେ ଶୁଭ ଯୋଗ ରହିଛି ,ଆସନ୍ତୁ ଜାଣିବା l
* ବୃଷ ରାଶି – ଶିବରାତ୍ରୀ ଦିନ ସକାଳୁ ସ୍ନାନସାରି ମହାଦେବଙ୍କ ଦର୍ଶନ କରିବା ନିହାତି ଆବଶ୍ୟକ l କାରଣ ଏହିଦିନ ଆପଣଙ୍କ ରାଶି ଉପରେ ମହାଦେବଙ୍କ କୃପା ରହିବ l ତେଣୁ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବାର ଅନେକ ସମ୍ଭାବନା ରହିଛି l ଆପଣ ଉଦ୍ଧାର ଦେଇଥିବା ଧନ ମଧ୍ୟ ପାଇ ପାରନ୍ତି l ତେଣୁ ଶିବଙ୍କୁ ଆରାଧନା କରିବା ଆବଶ୍ୟକ l ଆୟାର ନୂଆ ମାର୍ଗ ମଧ୍ୟ ଖୋଲିପାରେ l
* ବିଛା ରାଶି – ଯେହେତୁ ଗୁରୁବାର ଦିନ ଶିବରାତ୍ରୀ ପଡୁଛି ତେଣୁ ଆପଣଙ୍କ ପାଇଁ ଏହିଦିନଟି ଶୁଭ ଅଟେ l ଏହିଦିନ ଆପଣ ଶିବଙ୍କ ବାହାନ ଷଣ୍ଢକୁ ଅରୁଆ ଚାଉଳ ଓ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ l ଯଦି ଆପଣ ଚାକିରିଆ ତେବେ ଆପଣଙ୍କ ସହକର୍ମୀଙ୍କ ସହିତ ଆପଣଙ୍କ ଭଲ ସମ୍ପର୍କ ହେବ ଓ ଦାମ୍ପତ୍ୟ ଜୀବନରେ ସୁଖ ଲାଭ ହେବ l ଏହିଦିନ ଶିବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ l
* ତୁଳା ରାଶି – ଶିବରାତ୍ରୀ ଦିନ ବିଶେଷ ଯୋଗ ରହିଥିବା ହେତୁ ଆପଣ ହାତରୁ ଖସି ଯାଇଥିବା କାମକୁ ଆଉଥରେ ପାଇବେ l ତା ସହିତ ଉଦ୍ଧାର ଆକାରରେ ଦେଇଥିବା ଧନ ମଧ୍ୟ ଲାଭ କରିବେ l ସବୁ ଅସୁବିଧାକୁ ଦୂର କରିବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ ,ସମସ୍ତ ବାଧାବିଘ୍ନ ଦୂର ହେବ l
* ସିଂହ ରାଶି – ମହାଶିବରାତ୍ରୀ ଦିନ ସିଂହ ରାଶିରେ ଅଦ୍ଭୁତ ଯୋଗ ରହୁଥିବା ହେତୁ ଆପଣ ସ୍ନାନ ସାରି ଶିବ ଚାଳିଶା ପାଠ କରନ୍ତୁ l ଯାହା ଦ୍ୱାରା ଆପଣଙ୍କ ଜୀବନରେ ପ୍ରତିକୂଳ ସ୍ଥିତି ଦେଖାଦେବ l ଦୈନନ୍ଦିନ ଜୀବନରେ ଦେଖା ଯାଉଥିବା ବାଧାବିଘ୍ନ ମଧ୍ୟ ଦୂର ହେବ l ଏହିଦିନ ଶରୀର କଷ୍ଟ ରହିଥିବା କାରଣରୁ କିଛି ଦୁଃଖୀରଖିଙ୍କୁ ଖାଦ୍ୟ ଖୁଆନ୍ତୁ ଓ ନିଜର ବିଶେଷ ଧ୍ୟାନ ରଖନ୍ତୁ l
* ମିଥୁନ ରାଶି – ମହାଶିବରାତ୍ରୀ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ଅଟେ l ଆପଣ ଏହିଦିନ ବିଶେଷ ଶୁଭ ସୂଚନା ପାଇବେ l ଶିବରାତ୍ରୀ ଦିନ ପରିବାର ସହିତ ଶିବ ଦର୍ଶନ କରିବା ଦ୍ୱାରା ଅପୂର୍ବ ଯୋଗ ଲାଭ ହେବ l ଏହିଦିନ ଶିବଙ୍କୁ ଦୁଦୁରା ଫୁଲ ଓ ବେଲପତ୍ର ଅର୍ପଣ କଲେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଉଠିବ l