Odisha news

କାହିଁକି କିଡ୍ନୀ ରୋଗୀ ମାନେ ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ , କଣ ରହିଛି ଏହା ପଛର କାରଣ

0

ଯେଉଁ ଲୋକ ମାନଙ୍କର କିଡ୍ନୀ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନଙ୍କୁ ଡାକ୍ତର ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ମନା କରି ଥାଆନ୍ତି l ଏଭଳି ଲୋକଙ୍କ ପାଇଁ ପ୍ରୋଟିନ ଯୁକ୍ତ ଖାଦ୍ୟ କ୍ଷତିକାରକ ହୋଇଥାଏ l ଯଦି କାହାର କିଡ୍ନୀ ଖରାପ ହୋଇ ଯାଇଛି ତେବେ ତାକୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାରୁ ଦୁରେଇ ରହିବା ଜରୁରୀ l କାହିଁକି ନା କିଡ୍ନୀ ର କାର୍ଯ୍ୟ ହେଉଛି ଯେ ପ୍ରୋଟିନ ରୁ ବାହାରୁଥିବା ବିଷାକ୍ତ ପଦାର୍ଥ କୁ ବାହାର କରିବା l ତେଣୁ କିଡ୍ନୀ ସମସ୍ୟା ଦେଖା ଦେଲେ କମ ପ୍ରୋଟିନ ଯୁକ୍ତ ଭୋଜନ କରିବା ଉଚିତ l

କିଡ୍ନୀ ଉପରେ ପଡିଥାଏ ଚାପ –
କିଡ୍ନୀ ର କାମ ହେଉଛି ଶରୀରର ବିଷାକ୍ତ ପଦାର୍ଥ କୁ ବାହାର କରିବା l ଯେତେବେଳେ କିଡ୍ନୀ ଖରାପ ହୋଇ ଯାଇଥାଏ ଏହି କାର୍ଯ୍ୟ କରିବାକୁ ଅକ୍ଷମ ହୋଇଥାଏ l ଯଦି ଏପରିସ୍ଥିତି ରେ ଆମେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ତେବେ ପ୍ରୋଟିନ ର ଅପଘଟନ ହୋଇ ନାଇଟ୍ରୋଜେନ ରେ ପରିଣତ ହୋଇଥାଏ l ଏହାକୁ କିଡ୍ନୀ ଫିଲ୍ଟର କରିବାରେ ଅକ୍ଷମ ହୋଇଥାଏ l ଏହି ବିଷାକ୍ତ ପଦାର୍ଥ କିଡନୀରେ ଜମିବା ଦ୍ୱାରା କିଡ୍ନୀ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ l ତେଣୁ ଏହି କାରଣରୁ କିଡ୍ନୀ ରୋଗୀ ଙ୍କୁ ଡାକ୍ତର କମ ପ୍ରୋଟିନ ଯୁକ୍ତ ଖାଦ୍ୟ ସେବନ କରିବାକୁ କୁହନ୍ତି l ଅତ୍ୟଧିକ ପ୍ରୋଟିନ ସେବନ ଦ୍ୱାରା କିଡ୍ନୀ ଉପରେ ଚାପ ପଡିଥାଏ l

* ଅତ୍ୟଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଯେପରିକି ମାଂସ, ମାଛ, ଅଣ୍ଡା, ଡାଲି ଜାତୀୟ ଜିନିଷ ଅଧିକ ସେବନ ଦ୍ୱାରା ଶରୀର ରେ ୟୁରିକ ଏସିଡ ବୃଦ୍ଧି ହୋଇଥାଏ l ଯେଉଁ କାରଣରୁ କିଡ଼ନୀ ଷ୍ଟୋନ ଓ ଗଣ୍ଠି ଫୁଲା ଗଣ୍ଠି ଯନ୍ତ୍ରଣା ଦେଖାଯାଇ ଥାଏ l

* ଅତ୍ୟଧିକ ପ୍ରୋଟିନ ସେବନ ଦ୍ୱାରା ରକ୍ତରେ ପୋଟାଶିୟମ, ଫସଫରସ, କ୍ୟାଲସିୟମ ମାତ୍ରା ବୃଦ୍ଧି ପାଇଥାଏ l ଯେଉଁ କାରଣରୁ ମୁଣ୍ଡ ବୁଲାଇବା , ଦୁର୍ବଳ ଲାଗିବା ଥକା ଲାଗିବ ସମସ୍ୟା ହୋଇଥାଏ l

Leave A Reply