ଭାରତରେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସଂସ୍କୃତି ଓ ପରମ୍ପରା ରହିଛି l କିଛି ସ୍ଥାନରେ ବର୍ତମାନ ମଧ୍ୟ ପୁରୁଣା ପରମ୍ପରା ଓ ନୀତିନିୟମ ଚାଲୁଛି l ଏହିଭଳି ଗୋଟିଏ ସ୍ଥାନ ହିମାଚଳ ପ୍ରଦେଶ ର କୁଲ୍ଲୁ ଜିଲାର ପିନୀ ଗ୍ରାମରେ ଅଛି l ପିନୀ ଗ୍ରାମରେ ଗୋଟିଏ ପର୍ବ ପାଳନ କରାଯାଇଥାଏ l ପିନୀ ଗ୍ରାମରେ ଗୋଟିଏ ଉତ୍ସବ ପାଳନ କରାଯାଇଥାଏ ଓ ଯାହାକୁ ପାଳନ କରିବା ପାଇଁ କିଛି ନିୟମ ପାଳନ କରାଯାଇଥାଏ l ଏହି ପର୍ବ ୫ଦିନ ଧରି ଆୟୋଜନ ହୋଇଥାଏ ଏବଂ ଏହି ୫ଦିନ ମହିଳାମାନଙ୍କୁ ବସ୍ତ୍ର ପିନ୍ଧିବାର ଅନୁମତି ଦିଆଯାଏ ନାହିଁ l ଏହାଛଡା ଏହି ଉତ୍ସବ ସମୟରେ ୫ଦିନ ପର୍ଯ୍ୟନ୍ତ ମହିଳା ମାନଙ୍କୁ ହସିବା ପାଇଁ ମଧ୍ୟ ଅନୁମତି ମିଳିନଥାଏ l
୫ଦିନ ହୋଇଥାଏ ଆୟୋଜନ –
ଶ୍ରାବଣ ମାସରେ ୫ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ରେ ମହିଳାମାଏ ସମ୍ପୂର୍ଣ ଉଲଗ୍ଣ ରହି ଥାଆନ୍ତି l ଏବଂ ସେମାନେ ଘର ଭିତରେ ବନ୍ଦ ହୋଇ ରୁହନ୍ତି l ଏହି ସମୟରେ ସେମାନେ ଗ୍ରାମର ପୁରୁଷ ମାନଙ୍କ ସମୁଖକୁ ଆସନ୍ତି ନାହିଁ l ଲୋକକଥା ଅନୁସାରେ ଏହି କାର୍ଯ୍ୟକ୍ରମ ଏଥିପାଇଁ ଆୟୋଜନ କରାଯାଏ, ଯେତେବେଳେ ଲାହୁ ଘୋଡ଼ ଦେବତା ଭାଦ୍ରବ ମାସର ପ୍ରଥମ ଦିନରେ ଗୋଟିଏ ରାକ୍ଷସ କୁ ହରାଇ ଥିଲେ l କୁହାଯାଏ ଯେ ରାକ୍ଷସ ଟି ମହିଳାଙ୍କ ଗାରିମା ଉପରେ ଆକ୍ରମଣ କରିଥିଲା ଏବଂ ସେମାନଙ୍କ ବସ୍ତ୍ର ଫାଡ଼ି ଦେଇଥିଲା l ଏହି କାରଣରୁ ଗ୍ରାମର ମହିଳାମାନେ ବସ୍ତ୍ର ପିନ୍ଧନ୍ତି ନାହିଁ l
କାଳକ୍ରମେ ସମୟରେ ହେଲା ପରିବର୍ତନ –
ମହିଳାମାନେ ନିଜ ବସ୍ତ୍ର ଓଲ୍ହାଇବା ପରେ ନିଜର ଲଜ୍ଜାକୁ ଆବରଣ କରିବା ପାଇଁ ଉଲ ର ପ୍ରସ୍ତୁତ ପଟି ର ବ୍ୟବହାର କରନ୍ତି l ବର୍ତମାନ ସ୍ଥିତିରେ ପିନୀ ଗ୍ରାମରେ ଯୁବପିଢ଼ି ନିୟମରେ କିଛିଟା ପରିବର୍ତନ ଆଣିଛନ୍ତି l ଏବଂ ପତଳା ବସ୍ତ୍ର ଧାରଣ କରନ୍ତି l କିନ୍ତୁ ଗ୍ରାମର ବୟସ୍କ ମହିଳାମାନେ ଉଲଗ୍ଣ ରହିଥାଆନ୍ତି l