Odisha news

ଆଜି ହେଉଛି ଦ୍ଵିତୀୟା ଓଷା : ସନ୍ତାନମାନେ ଦୀର୍ଘାୟୁ ହେବା ପାଇଁ ମା ମାନେ ରଖି ଥାଆନ୍ତି ଏହି ବ୍ରତ, ଜାଣନ୍ତୁ ଏହାର ମହତ୍ୱ

0

ଦ୍ଵିତୀୟ ଓଷା ଅକ୍ଟୋବର ୬ ତାରିଖ ଶୁକ୍ରବାର ଦିନ ପାଳିତ ହେବ l ମାନ୍ୟତା ଅନୁସାରେ ପ୍ରତ୍ୟେକ ବର୍ଷ ଅଶ୍ଵିନମାସ କୃଷ୍ଣପକ୍ଷ ର ମୂଳା ଅଷ୍ଟମୀ ତିଥିରେ ପିଲା ମାନଙ୍କର ଦୀର୍ଘାୟୁ କାମନା କରି ଏହି ବ୍ରତ ରଖାଯାଇ ଥାଏ l ମାନ୍ୟତା ଅନୁସାରେ ଏହି ଓଷାରେ ଦୁତୀବାହନ ଙ୍କୁ ବିଧିବଧ ଭାବରେ ପୂଜା କରାଯାଏ l କୁହାଯାଏ ଯେ ଏହି ଓଷା କରିବା ଦ୍ୱାରା ଅପୁତ୍ରିକ ମଧ୍ୟ ପୁତ୍ରବତୀ ହୋଇଥାଏ l ବିଧବା ବ୍ରାହ୍ମଣୀ ଓ ସୂର୍ଯ୍ୟଦେବଙ୍କ ପୁତ୍ର ଅଟନ୍ତି ଦୁତୀବାହନ l ମା ମାନେ ନିର୍ଜଳା ଉପବାସ କରି ନିଜ ପୁଅମାନଙ୍କ ପାଇଁ ବ୍ରତ କରି ଥାଆନ୍ତି l

ଦ୍ଵିତୀୟ ଓଷା ରେ ବିବାହିତା ମହିଳା ମାନଙ୍କର ବାପ ଘରୁ ପରିବା ଭାର ଆସିଥାଏ l ଯାହାକୁ ଏହି ଓଷାର ପରଦିନ ଘାଣ୍ଟ ତରକାରୀ ପାଇଁ ବ୍ୟବହୃତ ହୋଇଥାଏ l ଦ୍ଵିତୀୟା ଓଷା ବିଶେଷତଃ ଭାବରେ ରାତ୍ରି ସମୟରେ ପୂଜା କରାଯାଇଥାଏ ଓ ଏହାକୁ ସମସ୍ତ ମହିଳା ଏକତ୍ରିତ ହୋଇ ପୂଜା କରନ୍ତି l ଓଷା ପରଦିନ ମା ମାନେ ସକାଳୁ ଗାଧୋଇ ସାରି ନିଜ ସନ୍ତାନ ମାନଙ୍କୁ ଦୁବ ଓ ଅରୁଆ ଚାଉଳ ବରକୋଳି ପତ୍ର ପକାଇ ବନ୍ଦାଇ ଥାଆନ୍ତି l

ଚଳିତ ଥର ଦ୍ଵିତୀୟା ଓଷା ର ବ୍ରତ ସମୟ ଅକ୍ଟୋବର ୬ ତାରିଖ ଶୁକ୍ରବାର ସକାଳ ୬ ଟା ୩୪ ମିନିଟ ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ସକାଳ ୮ଟା ୮ ମିନିଟ ପର୍ଯ୍ୟନ୍ତ ରହୁଛି l କିନ୍ତୁ ଅକ୍ଟୋବର ୬ ତାରିଖ ଦିନ ଦ୍ଵିତୀୟା ଓଷା ପାଳିତ ହେବ l

ଚଳିତଥର ଦ୍ଵିତୀୟ ଓଷା ରେ ସର୍ବାର୍ଥ ସିଦ୍ଧିଯୋଗ ଓ ପରିଧ ଯୋଗ ଘଟୁଛି l ମାନ୍ୟତା ରହିଛି ଯେ ଏହି ସିଦ୍ଧି ଯୋଗରେ ବ୍ରତ ରଖିବା ପରମ ଫଳଦାୟୀ ଅଟେ l ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ଏହି ବ୍ରତକୁ ବିଧିବଧ ଭାବରେ ପାଳନ କରାଯାଇଥାଏ l ତେଣୁ ଏହି ଓଷା ପରିପ୍ରେକ୍ଷୀ ରେ ସନ୍ତାନ ମାନଙ୍କ ସୁଖୀ ଜୀବନ ପାଇଁ ମା ମାନେ କାମନା କରି ଥାଆନ୍ତି l ଏମିତିରେ ଦେଖିବାକୁ ଓଡିଶା ବାହାରେ ମଧ୍ୟ ଦ୍ଵିତୀୟ ଓଷା ପାଳନ କରାଯାଇଥାଏ l କିଛି ସ୍ଥାନରେ ଭଉଣୀମାନେ ନିଜ ଭାଇ ମାନଙ୍କ ପାଇଁ ଏହାକୁ ପାଳନ କରୁଥିବା କାରଣରୁ ଏହାକୁ ଭାତୃ ଦ୍ଵିତୀୟା ମଧ୍ୟ କୁହାଯାଇଥାଏ l

* ମାନ୍ୟତା ଅନୁସାରେ ଏହି ଓଷା କରିବା ଦ୍ୱାରା ଅପୁତ୍ରିକ ପୁତ୍ରବତୀ ହୋଇଥାଏ l

* ଏହି ଓଷା ନିର୍ଜଳା କରାଯାଏ ଓ ଓଷା ପରଦିନ ବ୍ରତ ଧାରୀ ମାମାନେ ଆହାର ଗ୍ରହଣ କରିଥାଆନ୍ତି l

* ସନ୍ତାନଙ୍କ ଭବିଷ୍ୟତ ଉଜ୍ଜଳ ଓ ମଙ୍ଗଳମୟ ହେବା ଆଶାରେ ମାମାନେ ଏହି ଓଷା ପାଳନ କରିଥାଆନ୍ତି l
– ସନ୍ତାନ ମାନେ ଦୀର୍ଘାୟୁ ହୋଇ ଥାଆନ୍ତି l
– ରୋଗ ବୈରାଗ ଠାରୁ ଦୁରେଇ ରୁହନ୍ତି l
– ସନ୍ତାନ ମାନଙ୍କର ଯଶ ପ୍ରାପ୍ତି ହୋଇଥାଏ
– ଜୀବନ ସୁଖମୟ ହୋଇଥାଏ l

Leave A Reply