ନାଭି ହେଉଛି ଶରୀରର କେନ୍ଦ୍ରବିନ୍ଦୁ l ଏହାପଛରେ ଅନେକ ଗ୍ରନ୍ଥି ରହିଥାଏ, ଯାହାକି ଶରୀରର ବିଭିନ୍ନ ଶିରାପ୍ରଶିରା କୁ ଗୋଟିଏ ସହିତ ଆଉ ଗୋଟିଏ କୁ ଯୋଡ଼ିଥାଏ l ସେଥିପାଇଁ ନାଭି କୁ ଶରୀରର ଗୋଟିଏ ଶକ୍ତିଶାଳୀ ଅଙ୍ଗ ବୋଲି କୁହାଯାଏ l ଆୟୁର୍ବେଦ ଅନୁସାରେ ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ ଭିତରୁ ଓ ବାହାରୁ ଉଭୟ ପାର୍ଶ୍ୱରୁ ଲାଭ ମିଳିଥାଏ l
ନାଭିରେ ତେଲ ପକାଇବାର ଲାଭ –
* ଆୟୁର୍ବେଦ ଅନୁସାରେ ନାଭି ରେ ତେଲ ପକାଇବା ଦ୍ୱାରା ମାନସିକ ଚାପ ବା ଉତେଜନା ଦୂର ହୋଇଥାଏ ଏବଂ ଭଲ ନିଦ ହୋଇଥାଏ l ଏହାଛଡା ପ୍ରତିଦିନ ଶୋଇବା ପୂର୍ବରୁ ନାଭି ରେ ତେଲ ପକାଇଲେ ମସ୍ତିଷ୍କ ରିଲାକ୍ସ ହୋଇଥାଏ l ଚିନ୍ତା ଦୂର ହୋଇଥାଏ l ଆୟୁର୍ବେଦ ରେ ଏହା ଗୋଟିଏ ଉତ୍ତମ ଚିକିତ୍ସା l
* ଯେଉଁ ଲୋକଙ୍କର ତ୍ୱଚା ରେ ବିଭିନ୍ନ ସମସ୍ୟା ବା ସଂକ୍ରମଣ ରହୁଛି ସେମାନେ ପ୍ରତିଦିନ ନାଭିରେ ତେଲ ପକାଇ ଶୋଇବା ଜରୁରୀ l ତ୍ୱଚା ସମସ୍ୟା ପାଇଁ ନାଭିରେ ଲିମ୍ବ ତେଲ ଲଗାନ୍ତୁ l ଯାହାକି ତ୍ୱଚାରେ ଚମକ ଆଣିବା ସହିତ ବ୍ରଣ ଇତ୍ୟାଦିକୁ ଦୂର କରିବ l
* ଯେଉଁ ବ୍ୟକ୍ତି ମାନଙ୍କର ପ୍ରଜନନ କ୍ଷମତା ଦୁର୍ବଳ ଅଟେ, ସେମାନଙ୍କ ପାଇଁ ନାଭି ରେ ନଡ଼ିଆ ତେଲ ଲଗାଇବା ହିତକର ଅଟେ l ଆୟୁର୍ବେଦ ଅନୁସାରେ ନଡ଼ିଆ ତେଲରେ ଆଣ୍ଟି ଫାଙ୍ଗଲ ଗୁଣ ରହିଛି l ଯେଉଁ କାରଣରୁ ନାଭି ରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ଶୁକ୍ରାଣୁ ମାନଙ୍କର ସଂଖ୍ୟା ବୃଦ୍ଧି ପାଇଥାଏ l
* ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଗ୍ୟାସ ହେବା, ବାନ୍ତି ହେବା ଓ ପେଟ ଯନ୍ତ୍ରଣା ରହୁଛି ତେବେ ଆରାମ ପାଇବା ପାଇଁ ନାଭି ରେ ସୋରିଷ ତେଲ ଓ ଅଦାକୁ ଫୁଟାଇ ଉଷୁମ ଉଷୁମ ପକାନ୍ତୁ l ଏହି ସମସ୍ତ ସମସ୍ୟାରୁ ଆରାମ ମିଳିବ l
* ମହିଳା ମାନେ ଋତୁସ୍ରାବ ସମୟରେ ପାଉଥିବା ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ନିୟମିତ ଅଦା ରସ ଓ ନଡ଼ିଆ ତେଲ କୁ ଗରମ କରି ନାଭିରେ ପକାଇବା ଜରୁରୀ l ଯାହାଦ୍ୱାରା ଚମତ୍କାର ଆରମ୍ଭ ମିଳିବ l