ଦେଶରେ ଅଗଷ୍ଟ ୧୫ ତାରିଖରୁ CJP ର ଚାଲିଛି ‘ସ୍କୁଲ ଠିକ କରୋ ‘ ଅଭିଯାନ, ତେଣୁ ଏହି ପରିପ୍ରେକ୍ଷୀ ରେ CJP କାର୍ଯ୍ୟକର୍ତା ଦେଶର ବିଭିନ୍ନ ଗାଁ ମାନଙ୍କୁ ଯାଇ ବିଦ୍ୟାଳୟ ଗୁଡିକୁ ଶିକ୍ଷାର୍ଥୀ ମାନଙ୍କ ପାଇଁ କିପରି ପାନୀୟ ଜଳ ସୁବିଧା ଉପଲବ୍ଧ ହେବ, ପରିସ୍ରାଗାର ସୁବିଧା ରହିବ ତାହାକୁ ନେଇ ଦେଶ ବ୍ୟାପି ଅଭିଯାନ ଚାଲିଛି, ଏହି ପରିପ୍ରେକ୍ଷୀ ରେ ରାଜସ୍ଥାନ ର ରାଜଧାନୀ ଜୟପୁର ର ଅଂଚଳର ରାମପୁର-କମ୍ବରପୂର ଗାଁ ରେ ସରକାରୀ ବିଦ୍ୟାଳୟ କୁ ନେଇ ଜବରଦସ୍ତ ହଙ୍ଗାମା ହୋଇଛି, CJP ପକ୍ଷରୁ କିଛି କାର୍ଯ୍ୟକର୍ତା ଙ୍କୁ ଏହି ଅଞ୍ଚଳ ରେ ଥିବା ସରକାରୀ ବିଦ୍ୟାଳୟର ସ୍ଥିତି ଦେଖିବା ପାଇଁ ପଠାଯାଇ ଥିଲା, କିନ୍ତୁ ସେଠାକାର ଗ୍ରାମୀଣ ମାନଙ୍କ ପକ୍ଷରୁ CJP କାର୍ଯ୍ୟକର୍ତା ଙ୍କୁ ତଡି ଦିଆ ଯାଇଥିଲା, ଏବଂ CJP କାର୍ଯ୍ୟକର୍ତା ଆରୋପ ଲଗାଇଥିଲେ ଯେ ବିଜେପି କାର୍ଯ୍ୟକର୍ତା ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ଆକ୍ରମଣ କରିଥିଲେ l
ସଜପ କାର୍ଯ୍ୟକର୍ତା ଙ୍କୁ ଘଉଡ଼ାଇ ଦେବାପରେ CJP ନେତା ଆଶୁତୋଷ ରାଙ୍କା ନିଜେ ସ୍କୁଲ ରେ ପହଂଚିଥିଲେ, ଯେଉଁଠାରେ ଗ୍ରାମୀଣ ତାଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ l ଏବଂ ସିଜେପି କାର୍ଯ୍ୟକର୍ତା ଙ୍କ ଗାଡି ଭଙ୍ଗାରୁଜା କରିଦେଇ ଥିଲେ , ଏବଂ ତାଙ୍କ ଉପରକୁ ଗ୍ରାମୀଣ ଙ୍କ ପକ୍ଷରୁ ପଥର ଫିଙ୍ଗା ଯାଇଥିଲା, ଏହାପରେ ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ଅଭିଜିତ ଦିପକେ ନିଜର ପ୍ରତିକ୍ରିୟା ରଖି ଲେଖିଥିଲେ ଯେ ‘ ଆଶୁତୋଷ ଙ୍କ ଉପରେ ବିଜେପି ଗୁଣ୍ଡା ଆକ୍ରମଣ କଲେ, ରାଜସ୍ଥାନ ପୋଲିସ ଏଭଳି କରିବାକୁ ଦେଲା ‘ l
ଆଶୁତୋଷ ନିଜ ପ୍ରତିକ୍ରିୟାରେ କହିଛନ୍ତି ସେହି ବ୍ୟକ୍ତିମାନେ ଗ୍ରାମୀଣ ନୁହନ୍ତି ବିଜେପି ର ଗୁଣ୍ଡା, ବିଜେପି ଚାହୁଁଚି ଯେ ଗାଁ ର ଶିଶୁ ମାନଙ୍କର ବିକାଶ ନହେଉ, ତେଣୁ ନିଜେ ବିଦ୍ୟାଳୟ ଗୁଡିକରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରୁନାହିଁ କିମ୍ବା ସିଜେପି କୁ ମଧ୍ୟ ଦେଉନାହିଁ, ଗୋଟିଏ ପକ୍ଷରେ ଗ୍ରାମୀଣ ଯଦି କହୁଛନ୍ତି ତାଙ୍କ ଗାଁ ର ସ୍କୁଲ ଗୁଡିକର ମରାମତି ହେବ ତେବେ ସେମାନେ କାହିଁକି ଏଭଳି ଆକ୍ରମଣ କରିବେ, ଲାଗୁଚି ବିଜେପି , CJP ର ଉନ୍ନତି ମୂଳକ ପଦକ୍ଷେପ ପାଇଁ ଭୟଭୀତ ହୋଇ ଯାଇଛି ” l
