Odisha news

ଖୋର୍ଦ୍ଧା ; ୩୨୫ କରୋନା ପଜିଟିଭ ଚିହ୍ନଟ

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲାରେ ଦିନକୁ ଦିନ କରୋନା ପଜିଟିିଭଙ୍କ ସଂଖ୍ୟା ଦୃତ ଗତିରେ ବଢିଚାଲିଛି । ତା୧୨ରିଖ ଦିନ ଜିଲାରେ ବିଏମସି ବ୍ୟତୀତ ୩୨୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୮୮ଜଣ ସୁସ୍ଥ ହୋଇଥିିବା ଜଣାଯାଇଛି । ଏହି କରୋନା ପଜିଟିଭମାନେ ହେଲେ-ବାଲିଅନ୍ତାରେ-୨୩, ବାଲିପାଟଣାରେ-୩୧, ଭୁବନେଶ୍ୱରରେ-୧୩, ଜଟଣୀରେ-୫୩, ଖୋର୍ଦ୍ଧାରେ-୬୩, ବେଗୁନିଆରେ-୨୯, ବୋଲଗଡରେ-୨୭, ଟାଙ୍ଗିରେ-୫୩, ଚିଲିକାରେ-୧୭, ବାଣପୁରରେ-୧୬ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ହେଲେ- ବାଲିଅନ୍ତାରେ-୪୫, ବାଲିପାଟଣାରେ-୧୨, ଭୁବନେଶ୍ୱରରେ-୧୧, ଜଟଣୀରେ-୧୧, ଖୋର୍ଦ୍ଧାରେ-୧୮୮, ବେଗୁନିଆରେ-୨୧, ବୋଲଗଡରେ-୩୫, ଟାଙ୍ଗିରେ-୩୩, ବାଣପୁରରେ-୩୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ି । ତେବେ ଜିଲା ପ୍ରଶାସନ ପକ୍ଷରୁ ଘର ଘର ବୁଲି ସମସ୍ତଙ୍କୁ ପରୀକ୍ଷା କରିବା ଆବଶ୍ୟକ ହୋଇଥିବାବେଳେ ଏହା ଏ ପର୍ଯ୍ୟନ୍ତ କରାଯାଇନାହିଁ । ସେହିପରି କୋଭିଡ କାର୍ଯ୍ୟକ୍ରମ ଉପରେ ଏବେ ଲୋକମାନଙ୍କୁ ସଚେତନତା କରାଯାଉନାହିଁ ।

ସ୍ଥାନୀୟ ଟାଉନ ହଲ ଠାରେ ଥିବା ପୈାର ପରିଷଦ ସମ୍ମିଳନୀ କକ୍ଷରେ କୋଭିଡ ପରୀକ୍ଷା ୨/୩ ଦିନ କରାଯାଇ ବନ୍ଦ ହୋଇଗଲା । ସେହିପରି ସ୍ଥାନୀୟ ପୁରୁଣା ଜିଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବ୍ଲକ ଆରଇଓ ପ୍ରକଳ୍ପ ବିଦ୍ୟାଳୟଠାରେ କୋଭିଡ ଟେଷ୍ଟ କରାଯାଇଥିବାବେଳେ ତାହାକୁ ମଧ୍ୟ ବନ୍ଦ କରିଦିଆଗାଲା । କାହିିଁକି ଏ ଗୁଡିକୁ ବନ୍ଦ କରି ଦିଆଗଲା କେଉଁ ପରିସ୍ଥିତିରେ ବନ୍ଦ କରାଗଲା ଏବେ କେଉଁଠାରେ କେଉଁ ସ୍ଥାନରେ କୋଭିଡ ଟେଷ୍ଟ କରାଯାଉଛି ତାର ମଧ୍ୟ ସୂଚନା ନାହିଁ । ତେଣୁ ଜିଲା ପ୍ରଶାସନ ଏ ସଂର୍ପକରେ ସମସ୍ତ ବ୍ଲକ, ପୈାରପରିଷଦ ଅଚଂଳରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବା ଆବଶ୍ୟକ ହୋଇପଡିଛି । କିନ୍ତୁ କୋଭିଡ ଉପରେ ଏବେ କୈାଣସି ସଚେତନତା କରାଯାଉବାହିଁ ତେଣୁ ଜିଲା ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେବା ପାଇଁ ବହୁ ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି ।

Leave A Reply