ଯାଜପୁର: ବିବାହର ୧୩ ବର୍ଷ ହସ ଖୁସିରେ ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ ଅତିବାହିତ କରିଥିଲା, ହଠାତ୍ ସାମାନ୍ୟ କଥାକୁ ନେଇ ୧୩ ବର୍ଷ ପରେ ସ୍ୱାମୀ ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ, ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ସହିତ ଜୀବନରୁ ମାରିଦେବାକୁ ଧମକ ବି ମିଳିଲା କତ୍ନୀଙ୍କୁ ।
ଏଭଳି ଏକ ଘଟଣା ଘଟିଛି, ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମବରଦା ଗ୍ରାମରେ, ସୁରେନା ବେଗମ ସେହି ଗ୍ରାମର ଅବ୍ଦୁଲ କାଦିର ଖାଁକୁ ମୁସଲିମ୍ ବିବାହ ପ୍ରଥା ଅନୁଯାୟୀ ବିବାହ କରିଥିଲେ ।
ହଠାତ୍ କାଦିର ନିଜ ପତ୍ନୀର ଏକ କଥାକୁ ବିଶ୍ୱାସ ନକରି ତା’ଉପରେ ରାଗି ଯାଇ ମାରଧର କରିଥିଲେ ସେହିଦିନ ଠାରୁ ପତ୍ନୀ ସୁରେନାଙ୍କ ଶାରୀରିକ, ମାନସିକ ନିର୍ଯ୍ୟତନା ଆରମ୍ଭ ହୋଇ, ଜୀବନରୁ ମାରିଦେବାକୁ ଧମକ ମିଳିଲା । ପରେ ସୁରେନାକୁ ତା’ ବାପା ଘରେ କାଦିର ଛାଡ଼ି ଦେଇ ଆସିଲା, ଇତି ମଧ୍ୟରେ ଘଟଣା ଦୁଇ ବର୍ଷ ବିତିଯାଇଥିଲା ବେଳେ କାବିର ତା’ ପତ୍ନୀ ସୁରେନାକୁ ଆଉ ତାଙ୍କ ଘରକୁ ନେଇ ନାହିଁ ।
ସୁରେନାଙ୍କର ଦୁଇ ଝିଅ ଅଛନ୍ତି, ବଡ଼ ଝିଅକୁ ୧୨ ବର୍ଷ ହୋଇଥିଲାବେଳେ ସାନ ଝିଅକୁ ୫ ବର୍ଷ, ବଡ଼ ଝିଅ ଜମାଖାତା ବହିରେ ୮ ଲକ୍ଷ ଟଙ୍କା ରହିଥିଲା, ଏହି ଟଙ୍କାକୁ କାଦିର ଏଟିଏମ୍ କାର୍ଡ଼ ଦ୍ୱାରା ଉଠାଇ ନେଇଛି, ଏପରିକି ଛାଡ଼ପତ୍ର ଦେବ ବୋଲି ଧମକ ବି ସ୍ୱାମୀ ଶବିର ପତ୍ନୀଙ୍କୁ କହିଛି, ଏନେଇ ସୁରେନା ବ୍ରହ୍ମବରଦା ଫାଣ୍ଡି ଓ ଧର୍ମଶାଳା ଥାନାରେ ଗତ ୦୪.୦୩.୨୦୨୦ ରିଖ ରୁ ଅଭିଯୋଗ କରିଛନ୍ତି, ଅଭିଯୋଗକୁ ଭିତ୍ତିକରି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇି, ଯାହାର କେସଡ଼ ନଂ. ୯୦/୨୦୨୦ ବୋଲି ଜଣାପଡ଼ିଛି, ସୁରେନା ନାୟ ଅପେକ୍ଷାରେ ଥିଲା ବେଳେ ପୋଲିସ୍ କରୋନା ଓ ବନ୍ୟା କଥା କହି ତଦନ୍ତରେ ଡ଼ୋରୀ ବାନ୍ଧ ଦେଇଛି, ଏହି ଘଟଣାକୁ ସ୍ଥାନୀୟ କୁଜି ନେତାମାନେ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛିି, ସୁରେନାର ସ୍ୱାମୀ କାଦିର ଇତି ମଧ୍ୟରେ ଦୁବେଇ ·ଲିଯାଇଛି, ସୁରେନାକୁ କେବେ ନ୍ୟାୟ ମିଳିବ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି